ନିର୍ବାଚନୀ ଅନିୟମିତତା ମାମଲାରେ ଜବାବ ଦାଖଲ କରିଛନ୍ତି ନୟାଗଡ଼ ବିଧାୟକ ଡଃ.ଅରୁଣ କୁମାର ସାହୁ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କରିଛନ୍ତି ଅରୁଣ ସାହୁ। ଏନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।ତାଙ୍କ ବିରୁଦ୍ଧରେ ହୋଇଥିବା ମାମଲା ଖାରଜ ପାଇଁ ନୟାଗଡ଼ ବିଧାୟକ ଆବେଦନ କରିଛନ୍ତି।
ତେବେ ପୂର୍ବରୁ ପ୍ରତିପକ୍ଷ ବିଜେପି ପ୍ରାର୍ଥୀ ପ୍ରତ୍ୟୁସା ରାଜେଶ୍ୱରୀ ବିଜେଡି ବିଧାୟକ ଅରୁଣ ସାହୁ ମିଥ୍ୟା ସତ୍ୟ ପାଠ ଦାଖଲ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ବିଧାୟକ ଅରୁଣ ସାହୁଙ୍କ ଅଡୁଆ ବଢିଥିଲା। ଏବେ ସତ୍ୟପାଠ ଦାଖଲ ମାମଲାରେ ଜବାବ ଦାଖଲ କରିଛନ୍ତି ଅରୁଣ ସାହୁ। ଯାହାର ପରବର୍ତ୍ତୀ ଶୁଣାଣି ୨୮ ନଭେମ୍ବରରେ ହେବ ବୋଲି ସୂଚନା ରହିଛି।