୨୦୨୪ ସାଧାରଣ ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍, ଇସିଆଇର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପଡ଼ିଥିବା ଭୋଟ ଓ ଗଣତି ହେବା ଭୋଟରେ ୫ କୋଟିର ବ୍ୟବଧାନ ରହିଛ। ୫୪୧ ଆସନରୁ ୫୩୮ ଆସନରେ ଭୋଟ ବ୍ୟତିକ୍ରମ। ୭୯ଟି ସଂସଦୀୟ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାଆନ୍ତା। ଓଡ଼ିଶାର ୧୮ଟି ଆସନରେ ଫଳାଫଳ ଅଲଗା ହୋଇଥାଆନ୍ତା।
ଫଳରେ ଭାଜପା କେନ୍ଦ୍ରରେ ସରକାର କରିପାରିନଥାଆନ୍ତା। ଖାସ କରି ଓଡ଼ିଶା ଓ ଆନ୍ଧ୍ର ଏହି ଦୁଇ ରାଜ୍ୟରେ ଷଡଯନ୍ତ୍ର କରିଛି ବିଜେପି। ୨୦୧୯ରେ ଓଡ଼ିଶାରେ ୮ଟି ସାଂସଦ ଜିତିଥିଲେ ଏଥର ୨୧ରୁ ୨୦ଟିରେ କେମିତି ଜିତିଲେ ତାହା ସନ୍ଦେହ ସୃଷ୍ଟି କରିଛି। ଏଡିଆର ଯେଉଁ ରିପୋର୍ଟ ଦେଇଛି ତାହା ୫କୋଟିର ଅନ୍ତର ରହିଛି। ୨୦୧୯ରୁ ଇଭିଏମରେ ତ୍ରୁଟି ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି।୨୦୨୪ ନିର୍ବାଚନରେ ବିଜେଡି ଶୋଚନୀୟ ପରାଜୟ ହୋଇଛି। ତେବେ ନିର୍ବାଚନର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ବିଜେଡି ୧୫ ଜଣିଆ ସମନ୍ବୟ କମିଟି ଗଠନ କରିଛି।