ବେଙ୍ଗାଲୁରୁରେ ଜଣେ ୩୭ ବର୍ଷୀୟ ରିଅଲ ଇଷ୍ଟେଟ ବ୍ୟବସାୟୀଙ୍କ ହତ୍ୟାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର କହିବା ଅନୁଯାୟୀ, ମୃତକଙ୍କ ସ୍ତ୍ରୀ ଏବଂ ଶାଶୁ ମିଶି ଏହି ଅପରାଧ କରିଛନ୍ତି। ତେବେ ୨୪ଘଣ୍ଟା ଭିତରେ ଉଭୟ ମା ଓ ଝିଅକୁ ଗିରଫ କରିବାପରେ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ । ତେବେ ହତ୍ୟା ପଛର କାରଣ ମାନସିକ ଓ ଶାରିରୀକ ନିଯ୍ୟାତନ ବୋଲି ପୁଲିସକୁ କହିଛନ୍ତି ଅଭିଯୁକ୍ତ ମା ଓ ଝିଅ । ୧୯ ବର୍ଷୀୟ ଯଶସ୍ବନୀଙ୍କ ପରିବାର ଉପରେ ଚାପ ପକାଇ ଦୁଇବର୍ଷ ପୂର୍ବରୁ ଜୋରଜବରସ୍ତ ବିବାହ କରିଥିଲେ ଲୋକେଶ । ପରେ ଶାରିରୀକ ଓ ମାନସିକ ନିଯ୍ୟାତନା ଦେଉଥିଲେ । ଝିଅର ଦୁଖ ଶୁଣି ମା ଜ୍ବାଇଁକୁ ମାରିବା ପାଇଁ ଯୋଜନା କରିବା ପରେ ଶେଷରେ ସଫଳ ହୋଇଥିଲେ କିନ୍ତୁ ପୋଲିସ ହାତରୁ ଖସିପାରିନାହାଁନ୍ତି ।
