ମିଶନ ଶକ୍ତି ପୁନର୍ଗଠନ ନିଷ୍ପତିକୁ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରତିକ୍ରିୟା । କହିଲେ, ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ ହେବ । କିଛି ସମୟ ବିଳମ୍ବ ହୋଇପାରେ, କିନ୍ତୁ ଗାଁରେ ମହିଳାମାନେ ଭାବି ନିଅନ୍ତୁ ଯେ SHG ପୁନର୍ଗଠନ ସୁନିଶ୍ଚିତ ହେବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ସୁନିଶ୍ଚିତ ହୋଇପାରିବ । ତେବେ ସର୍ବଶକ୍ତିମୟୀ ମିଶନ ଶକ୍ତି ଫେଡେରେସନ୍, କେନ୍ଦୁଝର ଏବଂ ଅନ୍ୟ ମିଶନ ଶକ୍ତିଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଜଷ୍ଟିସ୍ ଶଶିକାନ୍ତ ମିଶ୍ର ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ରହିତାଦେଶ ଜାରି କରିଥିଲେ । ଆସନ୍ତା ମେ’ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
