ନିୟମଗିରିରେ “ମାଓବାଦୀ ଧରନ୍ତୁ, ପୁରସ୍କାର ପାଆନ୍ତୁ” ପୋଷ୍ଟର

ରାୟଗଡ଼ା ତା ୧୯/୧୦ (ନିପ୍ର) ଏବେ ପୋଲିସ ଅଭିନବ ଉପାୟରେ ମାଓବାଦୀଙ୍କୁ ଦମନ କରିବା ନେଇ ପ୍ରୟାସ କରିଛି । ଦିନେ ମାଓବାଦୀଙ୍କ ଗଡ କୁହାଯାଉଥିବା ନିୟମଗିରି ପାହାଡ଼ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି “ମାଓବାଦୀ ଧରନ୍ତୁ, ପୁରସ୍କାର ପାଆନ୍ତୁ” ଅଭିଯାନ ପୋଷ୍ଟର। ଏଥିପାଇଁ ବିଭିନ୍ନ ଗାଁ ମାନଙ୍କରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଗତ କିଛି ବର୍ଷ ଧରି ନିୟମଗିରି ପାହାଡରେ ମାଓବାଦୀ ଚଳପ୍ରଚଳ ନେଇ ଚିନ୍ତା ଲାଗିଛି। ଏହାପରେ ପୁଲିସ ଦ୍ୱାରା “ମାଓବାଦୀ ଧରନ୍ତୁ, ପୁରସ୍କାର ପାଆନ୍ତୁ” ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲା ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଯେ କୌଣସି ସାଧାରଣ ନାଗରିକ ଯଦି ମାଓବାଦୀ ମାନଙ୍କ ଚଳପ୍ରଚଳ ଓ ଆଶ୍ରୟ ସମ୍ବନ୍ଧରେ ନିଶ୍ଚିତ ସୂଚନା ଦେଇ ପୁଲିସକୁ ସହଯୋଗ କରିବେ, ସେମାନଙ୍କୁ ଗୋପନୀୟ ଭାବରେ ଆର୍ଥିକ ପୁରସ୍କାର ଦିଆଯିବ ବୋଲି ସୂଚନା ମିଳିଛି। ପୁଲିସ ପକ୍ଷରୁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଞ୍ଚଳରେ ଶାନ୍ତି ସ୍ଥାପନ ଓ ଯୁବଗୋଷ୍ଠୀଙ୍କୁ ମାଓବାଦୀ ଚିନ୍ତାଧାରାରୁ ଦୂରେଇ ରଖିବା। ଗାଁ ଲୋକଙ୍କୁ ମଧ୍ୟ ସଚେତନ ରହିବାକୁ ଓ ଅପରିଚିତ ବ୍ୟକ୍ତି ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ଅନୁରୋଧ ଜାରି କରାଯାଇଛି। ପୋଷ୍ଟରରେ ଚାରି ଜଣ ମାଓବାଦୀଙ୍କ ଫଟୋ ଜାରି ହୋଇଛି। ନିୟମଗିରି ପାହାଡର ବିଭିନ୍ନ ଗାଁ ମାନଙ୍କରେ ଏହି ପୋଷ୍ଟର ଲାଗିଥିବା ପରିଲିକ୍ଷିତ ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital