ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଦୁଇଟି ପରୀକ୍ଷା କେନ୍ଦ୍ର ରେ ୨୩୬ ଜଣ ଛାତ୍ର ଛାତ୍ରୀ ନବୋଦୟ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୧୪୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୧୧୭ ଜଣ ପରୀକ୍ଷା ଦେଇଥିଲେ।୨୭ ଜଣ ଅନୁପସ୍ଥିତ ଥିଲେ। ପର୍ଯ୍ୟବେକ୍ଷକ ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ କବିତା ଦାଶ ଥିବା ବେଳେ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ ଙ୍କ ଉପସ୍ଥିତିରେ ପରୀକ୍ଷା ହୋଇଥଲା।ସେହିପରି ମହିପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୪୪ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୧୧୯ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ।ପର୍ଯ୍ୟବେକ୍ଷକ ଥିଲେ ବି ଆର୍ ସି ସି ଜ୍ୟୋତ୍ସ୍ନାରାଣୀ ସେଠୀ।
