ନୂଆଗାଁ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ନୂଆଗାଁ,(ଓଡ଼ିଶା ଦର୍ପଣ):ନୂଆଗାଁ ସଦର ମହକୁମାରେ ଥିବା ନୂଆଗାଁ ସରକାରୀ ପ୍ରାଇମେରୀ ସ୍କୁଲ ଖେଳ ପଡିଆରେ ଆଜି ନୂଆଗାଁ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ କ୍ଲଷ୍ଟରରୁ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ସ୍କାଉଟ, ଜେ.ଆର.ସି ସ୍ବେଚ୍ଛାସେବୀ ମାନେ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ମଞ୍ଚକୁ ସ୍ୱାଗତ କରିଥିଲେ. ନିର୍ଦ୍ଧାରିତ ସମୟରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲଷ୍ମୀପ୍ରିୟା ବେହେରାଙ୍କ କଳ କମଳାରେ ଉଦ୍ଘାଟିତ ହୋଇଥିଲା । ଉଦଘାଟନି ସଭା ମଞ୍ଚରେ ୧୬, ୧୭ ଜୋନ ଜିଲ୍ଲା ପରିଷଦ ସଭ୍ୟା, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ, ଅତିରିକ୍ତ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠି ଉପସ୍ଥିତ ରହିଥିଲେ । ତାପରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୧୩ କ୍ଲଷ୍ଟର ରୁ ୩୩ଟି ପ୍ରତିଯୋଗିତାରେ ଦୁଇଶହରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଯୋଗଦେଇଥିଲେ ।

ଉଦଯାପନୀ ଉତ୍ସବ ଅପରାହ୍ନ ସମୟରେ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭବେ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, ଅତିରିକ୍ତ ଶିକ୍ଷା ଅଧିକାରିଣୀ ଜ୍ୟୋତ୍ସ୍ନା ରାଣୀ ସେଠି, ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ, ବିଚାରକ ଭାବେ ନୟାଗଡ଼ରୁ ଆସିଥିବା ବିଚାରକ ଲକ୍ଷ୍ମୀଧର ସାହୁ, ଅଶୋକ କୁମାର ମଲ୍ଲ, ଗୀତିକାର ପ୍ରଶାନ୍ତ କୁମାର ଦାସ, ପ୍ରଶାନ୍ତ ପଟ୍ଟନାୟକ, ବିଶ୍ୱନାଥ ସାହୁ,ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୀମସେନ ଦାସ, ପୂର୍ବତନ ସିଆରସିସି, ବିଭୁତି ଭୂଷଣ ମିଶ୍ର,କୈଳାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ମଞ୍ଚକୁ ପରିଚାଳନା କରିଥିଲେ ଶିକ୍ଷକ ଶ୍ରୀଧର ବେହେରା ଓ କବିରାଜ ବିଶ୍ୱାଳ । ସଭାର ପ୍ରାରମ୍ଭରେ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ ପିଲାଙ୍କୁ ଅନ୍ତର୍ନିହିତ ଗୁଣାବଳି ପରିପ୍ରକାଶ କରିବାପାଇଁ ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ । ବ୍ଲକ ଉପାଧ୍ୟାକ୍ଷ ପର୍ଶୁରାମ ସ୍ୱାଇଁ ନିଜ ଅଭିଭାଷଣ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟ ଅବିବୃଦ୍ଧିକୁ ପ୍ରାଧାନ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ସଭା ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରିବା ସହିତ ଜିଲ୍ଲା ସ୍ତରକୁ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀଙ୍କୁ ଅତିରିକ୍ତ ଶିକ୍ଷା ଅଧିକାରିଣୀ ଜ୍ୟୋତ୍ସ୍ନା ରାଣୀ ସେଠି ଧନ୍ୟବାଦ ଦେବା ସହିତ ମଞ୍ଚରେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।By:Laxmidhar Sahoo

ଅଧିକ ପଢନ୍ତୁ

Odisha Darpan Digital