ନୂଆଗାଁ – ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ହାଇ ସ୍କୁଲ ପଡ଼ିଆରେ ପାଳିତ ହେଉଥିବା ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ ହୋଇଯାଇଛି। ଏହି ମହୋତ୍ସବ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ ବରେଣ୍ୟ ଅତିଥି ଭାବେ ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କୃଷ୍ଣଚନ୍ଦ୍ର ପାତ୍ର, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏମ୍ପି ପ୍ରତିନିଧି ଭୀମସେନ ସେଠୀ, ସଂପାଦକ ଶିବରାମ ମହାପାତ୍ର, ଉପlଦକ୍ଷ ପଶୁରlମ ସ୍ବାଇଁ, ବିଡ଼ିଓ ଅମୃତ କୁମାର ରାଉଳ,ବିଜେପି ନେତା ସନ୍ତୋଷ ପ୍ରଧାନ , ସନ୍ନ୍ୟାସୀ ନାୟକ ପ୍ରୁମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟକୁ ଉଦ୍ଘାଟନ କରିଥିଲେ । ଅତିଥୁମାନଙ୍କ ପରିଚୟ ପ୍ରଦାନ କରିଥିଲେ ସମ୍ବlଦିକ ଜୟେନ୍ଦ୍ର ବେହେରା l ଶେଷରେ ରାବଣଛାୟା, ସମ୍ବଲପୁରୀ ନୃତ୍ୟ, ଓଡ଼ିଶୀନୃତ୍ୟ ସହିତ ଆସାମର ବିହୁ ନୃତ୍ୟ ପରିବେଷଣ ହୋଇଥୁଲା । ଅନ୍ତରା ଚର୍କବର୍ତୀ ଓ ସାଥୀ କଳାକାରମାନଙ୍କ ଦ୍ୱାରା ମେଲୋଡି ପରିବେଷଣ ହୋଇଥିଲା । ନୂଆଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା।
