ନୂଆଗାଁରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଯୁବ ସମିଳନୀ ଅନୁଷ୍ଠିତ

ନୂଆଗାଁ,(ଓଡ଼ିଶା ଦର୍ପଣ):ନୂଆଗାଁ  ଖଣ୍ଡରେ ୫ଟି ମଣ୍ଡଳ ଅନ୍ତର୍ଗତ ୨୨ ପଞ୍ଚାୟତରୁ  ୨୦୦ ରୁ  ଅଧିକ  ଯୁବକ ବିଦ୍ୟାର୍ଥୀ  ବ୍ୟବସାୟୀ  କର୍ମକର୍ତ୍ତାଙ୍କୁ  ନେଇ  ଯୁବ ସମ୍ମିଳନୀ ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ସମୟରେ ଜିଲ୍ଲା କାର୍ଯ୍ୟବାହ ପ୍ରକାଶ ଚନ୍ଦ୍ର ପ୍ରଧାନ  ,ସହ ବିଭାଗ ପ୍ରମୁଖ  ଭଗବାନ ଦେହୁରୀ  ଓ ପ୍ରାନ୍ତ ପ୍ରଜ୍ଞା ପ୍ରବାହ ପ୍ରମୁଖ   ରବିନାରାୟଣ ପଣ୍ଡା ପ୍ରମୁଖ  ଉପସ୍ଥିତ ଥିଲେ। ଯୁବକମାନଙ୍କ ମଧ୍ୟରେ ଭାରତର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ମହାନତା  ବାର୍ତ୍ତା  ପ୍ରଦାନ କରିଥିଲେ।ଯୁବକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଯୁବକ ଉଦ୍ୟୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ  ଚନ୍ଦ୍ର ବିଜୟୀ  ମିଶ୍ରଙ୍କ  ଦ୍ଵାରା ବିଭିନ୍ନ ସାଂସ୍କୃତିକ  ପ୍ରଶ୍ନାବଳି  ମଧ୍ୟମରେ  ଯୁବକମାନଙ୍କୁ ଉତ୍ସାହିତ କରିଥିଲେ। ସମାପନ  ପର୍ବରେ  ଅଧିକାରୀ ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ବକ୍ତବ୍ୟ ରେ ଆଗାମୀ ଯୁବ ଭାରତ ପାଇଁ  ଯୁବକମାନଙ୍କୁ ଅନେକ ସ୍ଵପ୍ନ ଦେଖାଇଥିଲେ। ଭାରତ ବିଶ୍ୱର ଗୁରୁ  ହେବାପାଇଁ  ଉପସ୍ଥିତ ଯୁବକମାନଙ୍କୁ  ପ୍ରେରଣା ଦାୟକ  ବକ୍ତବ୍ୟ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ  ସଫଳ କରାଇବାରେ ବିଭିନ୍ନ ଅତିଥି ଅଧିକାରୀ ଉତ୍ସାହପୂର୍ଣ୍ଣ ଭାବେ ଲାଗିଥିଲେ। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ  ଖଣ୍ଡ କାର୍ଯ୍ୟବାହ  ସଞ୍ଜୟ କୁମାର ବେହେରା।

ଅଧିକ ପଢନ୍ତୁ

Odisha Darpan Digital