ନୂଆପଡ଼ା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଜାରି

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ବିଜୁ ଜନତା ଦଳର ୪୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ ପାଇଛି । ନୂଆପଡା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଲିକାରେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ରଣେନ୍ଦ୍ର ସ୍ୱାଇଁ ଓ ନିରଞ୍ଜନ ପୂଜାରୀ ପ୍ରମୁଖଙ୍କ ନାଁ ରହିଛି । ପ୍ରଥମ ଥର ପାଇଁ ତାଲିକାରେ ତଳକୁ ଖସିଛି ପ୍ରଣବ ପ୍ରକାଶ ଦାସଙ୍କ ନାଁ । ୮ ନମ୍ବର ସ୍ଥାନରେ ତାଙ୍କ ନାଁ ଥିବାରୁ ଦଳରେ ବବିଙ୍କ ପତିଆରା କମୁଥୁବା ଚର୍ଚ୍ଚା ହେଉଛି । ତାଲିକାରେ ସ୍ଥାନ ପାଇ ନାହାନ୍ତି ଦେବାଶିଷ ସାମନ୍ତରାୟ । ଏଥର ତାଲିକାରେ କୌଣସି ଅଭିନେତା ଅଭିନେତ୍ରୀ ସ୍ତାନ ପାଇନାହାନ୍ତି । କେବଳ ମୁନ୍ନା ଖାଁଙ୍କ ବ୍ୟତୀତ କୌଣସି ଫିଲ୍ମ କଳାକାରଙ୍କୁ ତାଲିକାରେ ସ୍ଥାନ ଦେଇନାହିଁ । ତେବେ ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରାମଚରଣ ରଞ୍ଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ବ ମିଳିଛି ।

ସେହିପରି ନୂଆପଡ଼ା ଏନ୍‌ଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସ ରହିଛନ୍ତି । ତା ସହିତ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧୀରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ ସିଂହଦେଓ, ଯୋଗେଶ ସିଂହ, ରବି ନନ୍ଦ, ପ୍ରଦୀପ ମାଝୀ, ନୀଳକଂଠ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁବାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍‌ ତିର୍କି ଓ ଉମାକାନ୍ତ ସାମନ୍ତରାୟ କୋମନା ବ୍ଲକର ଦାୟିତ୍ବରେ ରହିଛନ୍ତି ।ଅନ୍ୟପଟେ ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥୀ ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital