ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ନେତା ବାଛୁନ୍ତି ଜନତା । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ଟି ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ହେଉଛି । ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ଚାଲିବ ଭୋଟିଂ । ୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ୩୫୮ ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ ହଜାର ୬୨୪ ଭୋଟର ।ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ମୋଟ୍ ୩୫୮ଟି ବୁଥ୍ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ୧୦୧ ବୁଥ୍ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି।ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ କରାଯାଇଛି । ୬ଟି ପିଙ୍କ ବୁଥ୍ କରାଯାଇଛି । ସମସ୍ତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ ଓ ଅନ୍ୟାନ ସୁବିଧାସୁଯୋଗର ବ୍ୟବସ୍ଥା ବି ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଜଣେ ଏସପି ଓ ଅତିରିକ୍ତ ଏସପି, ୬ଜଣ ଡିଏସପି, ୯ଇନ୍ସପେକ୍ଟର, ୧୫୧ ଏସଆଇ ଓ ଏଏସଆଇ, ୧୦୩ ହାବିଲଦାର, ୪୭୭ଜଣ କନେଷ୍ଟବଲ, ୧୫୯ ଏପିଆର କନେଷ୍ଟବଲ, ୩୭ ଓଏପିଏଫ, ୨୮୭ଜଣ ଗୃହରକ୍ଷୀ ସମେତ ସିଏପିଏଫ ୧୪ କମ୍ପାନି, ଏସଏପି ୬ପ୍ଲାଟୁନ ୨ସେକ୍ସନ ଯବାନ ନିୟୋଜିତ ହୋଇଛନ୍ତି ।
