ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ଜୟ । ନୂଆପଡ଼ା ଉପଜିଲ୍ଲାପାଳଙ୍କ ଅଫି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ନାମାଙ୍କନ ଶୋଭାଯାତ୍ରାରେ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ସାଂସଦ ମାଳବିକା ଦେବୀ, ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ ସୁଧୀର ପାଟ୍ଟଯୋଶୀ, ନବୀନ ଜୈନ, ଲକ୍ଷ୍ମଣ ବାଗ, ଟଙ୍କଧର ତ୍ରିପାଠୀ, ଅଶ୍ୱିନୀ ଷଡ଼ଙ୍ଗୀ, ଅଶୋକ ମହାନ୍ତି, ନିହାର ମହାନନ୍ଦ, ହିମାଂଶୁ ଶେଖର ସାହୁ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବିଭିନ୍ନ ସାମାଜିକବର୍ଗର ପ୍ରତିନିଧି ଏବଂ ନେତୃବୃନ୍ଦଙ୍କ ସମେତ ସଦ୍ୟ ବିଜେପିରେ ସାମିଲ ହୋଇଥିବା ବିଜେଡି ନେତା, କର୍ମୀ, ଢୋଲକିଆ ପରିବାରର ଶୁଭେଚ୍ଛୁ, ୧୦ହଜାରରୁ ଊର୍ଦ୍ଧ୍ୱ ବିଜେପି କାର୍ଯ୍ୟକର୍ତା ଓ ସମର୍ଥକ ସାମିଲ ହୋଇଥିଲେ।ନାମାଙ୍କନପତ୍ର ଦାଖଲ ଅବସରରେ ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, ଆଜିର ଏହି ଶୋଭାଯାତ୍ରା ନୂତନ ଇତିହାସ ସୃଷ୍ଟି କରିବ। ନୂଅପାଡ଼ାବାସୀ ବିଜେପିକୁ ଜିତାଇବା ପାଇଁ ମନବନାଇ ସାରିଛନ୍ତି। ନିର୍ବାଚନ ଫଳାଫଳ ଏକପାଖିଆ ହେବ ଏବଂ ବିପୁଳ ସଂଖ୍ୟାରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିବେ। ଆଜିର ଏହି ବିଶାଳ ଜନ ସମାଗମରୁ ଜୟଙ୍କ ବିଜୟ ସୁନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି। ୨ ନମ୍ବର ସ୍ଥାନ ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଲୋକାଭିମୁଖୀ କାର୍ଯ୍ୟ ଦେଶ ଏବଂ ଓଡ଼ିଶାର କୋଣ ଅନୁକୋଣରେ ପହଂଚିପାରିଛି। ପଛୁଆ ଓ ଆଙ୍କାକ୍ଷା ଜିଲ୍ଲାରୁ ନୂଆପଡ଼ାକୁ ବିକଶିତ ଜିଲ୍ଲାଭାବେ ଗଢ଼ି ତୋଳିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଏଠାକାର ମୌଳିକ ସମସ୍ୟାର ସମାଧାନ କରି ନୂଆପଡ଼ାରେ ମତ୍ସ୍ୟ, କୃଷି, ଶିଳ୍ପ, ପର୍ଯ୍ୟଟନ, ଶିକ୍ଷା ଓ ଗମନାଗମନର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।
