ନୂଆ ବିଧାୟକ ବାଛୁଛି ନୂଆପଡା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ନୂଆପଡା ଭୋଟର । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ହେଉଛି ଉପନିର୍ବାଚନ । ଆଜି ଭୋଟ ଗ୍ରହଣ ଦିବସରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର । ସେହିପରି ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ବୁଲିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି।
ନୂଆପଡ଼ା ଉପନିର୍ବାଚନ ପାଇଁ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ୍ ହୋଇଛି । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି।
