ଆସନ୍ତା ଅକ୍ଟୋବର ୯ ତାରିଖରେ ପ୍ରକାଶ ପାଇବା ନୂଆପଡ଼ା ଉପ ନିର୍ବାଚନର ଚୂଡାନ୍ତ ଭୋଟର ତାଲିକା । ନୂଆପଡା ନିର୍ବାଚନ ମଣ୍ଡଳୀରେ ମୋଟ୍ ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି । ପୁନଃବ୍ୟବସ୍ଥାପନ ପରେ ମୋଟ୍ ମତଦାନ କେନ୍ଦ୍ର ୩୫୮, ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ଟି ବୁଥ୍ ହେବ ।ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ନୂଆପଡ଼ା ବିଧାନସଭା କ୍ଷେତ୍ରରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ସେପ୍ଟୋମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକା ପ୍ରସ୍ତୁତ ହୋଇଛି ।ନୂଆପଡା ନିର୍ବାଚନ ମଣ୍ଡଳୀରେ ୨,୪୮,୨୫୬ ମତଦାତା ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା୧,୨୨, ୧୦୩, ମହିଳାଙ୍କ ସଂଖ୍ୟା ୧,୨୬,୧୩୨, ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୨୧ । ବରିଷ୍ଠ ନାଗରିକ ୨୦୦୭, ଯୁବ ମତଦାତା ୬୦୦୩ ଓ ଭିନ୍ନକ୍ଷମ ମତଦାତା (PwD) ୪୦୦୦ ଜଣ ଅଛନ୍ତି ।
