ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସୋମବାର ଆଗତ କରାଯାଇଥିବା ଦୁଇ ଗୁରୁତ୍ୱପୂର୍ଣ୍ଣ ଟ୍ୟାକ୍ସ ବିଲ୍ ଗୋଟିଏ ଦିନରେ ହିଁ ବିନା କୌଣସି ବିତର୍କରେ ପାରିତ ହୋଇଛି ।ଏଥିରେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସିଲେକ୍ଟ କମିଟିର ଅଧିକାଂଶ ସୁପାରିଶ ଅନ୍ତର୍ଭୁକ୍ତ। ଏହି ବିଲ୍ରେ ଅନେକ ନୂତନ ପରିବର୍ତ୍ତନ କରାଯାଇଛି, ଯାହା ସାଧାରଣ କରଦାତାଙ୍କୁ ମଧ୍ୟ ପ୍ରଭାବିତ କରିବ।ସରକାର ଗତ ସପ୍ତାହରେ ୨୦୨୫ର ଇନ୍କମ୍ ଟ୍ୟାକ୍ସ ବିଲ ପ୍ରତ୍ୟାହାର କରିଥିଲେ। ଏହି ବିଲ ୧୯୬୧ର ପୁରୁଣା ଆୟକର ଆଇନକୁ ବଦଳାଇବା ପାଇଁ ଥିଲା। ବର୍ତ୍ତମାନ ଅଗଷ୍ଟ ୧୧ରେ ଏକ ନୂତନ ଡ୍ରାଫ୍ଟ ଉପସ୍ଥାପିତ ହୋଇଛି, ଯେଉଁଥିରେ ସମସ୍ତ ପରାମର୍ଶିତ ପରିବର୍ତ୍ତନ ଅନ୍ତର୍ଭୁକ୍ତ। ତେବେ ନୂଆ ଆୟକର ବିଲର ଉଦ୍ଦେଶ୍ୟ ୨୯୮-ଧାରାର ଆୟକର ଆଇନ, ୧୯୬୧କୁ ସରଳ ଭାଷାରେ ଲିଖିତ ଏକ ଆଧୁନିକ, କରଦାତା-ଅନୁକୂଳ ଆଇନରେ ପରିଣତ କରିବା । ବର୍ତ୍ତମାନରେ ପ୍ରଚଳିତ ଆୟକର ବିଲ୍ ୧୯୬୧ରେ ୨୯୮ ଧାରା, ୨୩ ଚାପ୍ଟର ଏବଂ ୧୪ ଅନୁସୂଚୀ ରହିଛି । ଆୟକର ବିଲ୍ ୧୯୬୧ରେ ମୋଟ ୮୮୦ ପୃଷ୍ଠା ରହିଛି ।
