ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ପୂର୍ବରୁ ୨୮ କିମ୍ବା ୨୯ ତାରିଖରେ ଟ୍ରାଏଲ୍ ରନ୍ ହେଵ।

ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପୂର୍ବରୁ ସେବକଙ୍କ ସହ ଆଲୋଚନା କରାଯିବ। ଚଳିତ ମାସ ୨୭ରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି। ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେଲେ ବି ଭିତରକାଠ ଦର୍ଶନ ବନ୍ଦ ହେବନି । ଯଦି ଏହା ସଫଳ ହୁଏ ତେବେ ନୂଆବର୍ଷରୁ ନାଟମଣ୍ଡପ ଧାଡ଼ିଦର୍ଶନ ଆରମ୍ଭ କରାଯିବ। କିନ୍ତୁ ସେଥିରେ ଯଦି କିଛି ସମସ୍ୟା ଉପୁଜେ ତେବେ ନୂଆବର୍ଷ ପରେ ପରିବର୍ତ୍ତିତ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ।

ପରୀକ୍ଷାମୂଳକ ଧାଡ଼ିଦର୍ଶନ ବେଳେ ତ୍ରୁଟିବିଚ୍ୟୁତିକୁ ଅନୁଧ୍ୟାନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏସ୍‌ପି, କମାଣ୍ଡର ଓ ଅନ୍ୟମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।ତେବେ ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ଏହିଦିନ କେବଳ ସିଂହଦ୍ଵାର ପଟେ ଭକ୍ତଙ୍କ ପ୍ରବେଶ ଅନୁମତି ରହିବ । ଭକ୍ତମାନେ ସିଂହଦ୍ବାର ବାଟେ ପ୍ରବେଶ କରିବା ସହ ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ମାର୍କେଟ୍ ଛକ ଠାରୁ ବ୍ୟାରିକେଡ଼ ନିର୍ମାଣ କରାଯାଉଛି । ସେହିପରି ବୁଧବାର ବଡଦିନ ଥିବାରୁ ପରିସ୍ଥିତି ଦେଖି ସିଂହଦ୍ଵାର ପଟେ କେବଳ ପ୍ରବେଶ ନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital