ନୂଆ ପୁଲିସ ଡିଜି ଚର୍ଚ୍ଚା ବଢ଼ିଲା

IPS ୱାଇ.ବି ଖୁରାନିଆ ହୋଇପାରନ୍ତି ଓଡ଼ିଶାର ନୂଆ ଡିଜିପି । IPS ୱାଇ.ବି ଖୁରାନିଆ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଖବର ଏ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।ଏହି ସାକ୍ଷାତ ପରେ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) ହେବାର ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।ନୂଆ ଡିଜିଙ୍କ ମନୋନୟନ କାର୍ଯ୍ୟ ୟୁପିଏସ୍ସି ଉପରେ ନ୍ୟସ୍ତ କରାଯାଇଛି।

ଏଥିପାଇଁ ୬ଜଣ ବରିଷ୍ଠ ଅଧିକାରୀଙ୍କ ନାମ ୟୁପିଏସ୍ସିକୁ ଯାଇଛି। ସେଥିରୁ ୩ଜଣଙ୍କ ନାମ ୟୁପିଏସ୍ସି ରାଜ୍ୟ ସରକାରଙ୍କୁ ସୁପାରିସ କରିବ। ସେଥିମଧ୍ୟରୁ ଜଣଙ୍କୁ ରାଜ୍ୟ ସରକାର ନିଜ ଇଚ୍ଛା ଅନୁସାରେ ନୂଆ ଡିଜି ଭାବେ ନିଯୁକ୍ତି ଦେବେ। ଦିନେ ଦୁଇଦିନ ମଧ୍ୟରେ ନୂଆ ପୋଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital