ନୂଆ ବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟାଯିବ

ନୂଆ ବର୍ଷରୁ ଆଉ ୧୫ ଲକ୍ଷ ରାସନ କାର୍ଡ ବଣ୍ଟାଯିବ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବଡ ଘୋଷଣା । ମନ୍ତ୍ରୀ କହିଛନ୍ତି ଯେ ସରକାରଙ୍କ ପାଖରେ ରାସନ କାର୍ଡର ଅଭାବ ନାହିଁ । ଏଯାଏଁ ରାଜ୍ୟରେ ୬ ଲକ୍ଷ ୩୯ ହଜାର ବଣ୍ଟା ସରିଛି । ଆହୁରି ୧୫ ଲକ୍ଷ କାର୍ଡ ଆମ ପାଖରେ ଅଛି । ପ୍ରାୟ ୧୫ ଲକ୍ଷ ୩୩ ହଜାର ଆବେଦନ ଆସିଛି । ଅଯୋଗ୍ୟଙ୍କୁ ବାଦ୍ ଦେଇ ସମସ୍ତ ଯୋଗ୍ୟଙ୍କୁ ମିଳିବ ରାସନ କାର୍ଡ ।ତେବେ ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟା ଜାରି ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅଧିକ ପଢନ୍ତୁ