ନୂଆ ବର୍ଷ ୨୦୨୫ରେ ଘରକୁ ଆଣନ୍ତୁ ଏହି ଜିନିଷ, ଧନର ବର୍ଷା ହେବ !

ନୂତନବର୍ଷ କିପରି ମଙ୍ଗଳମୟ ହେବ ସେଥିପାଇଁ ସଭିଙ୍କ ମନରେ ରହିଥାଏ ବହୁ ଆଶା ଓ ଆକାଂକ୍ଷା। ତେବେ ବାସ୍ତୁଶାସ୍ତ୍ର ଅନୂଯାୟୀ, କ’ଣ ସବୁ କଲେ ନୂଆବର୍ଷ ସୁଖମୟ ହେବ, ଘରକୁ ନେଇ ଆସନ୍ତୁ ଏହି ଜିନିଷ ବର୍ଷ ସାରା ଘରେ କେବେବି ଧନର ଅଭାବ ରହିବ ନାହିଁ। ତେବେ ପ୍ରଥମେ ଭଗବାନ ଗଣେଶଙ୍କୁ ବିଘ୍ନନାଶକ ବୋଲି କୁହାଯାଇଥାଏ। ତେଣୁ ନୂଆବର୍ଷ ଅବସରରେ ଘରକୁ ପ୍ରଭୁ ଗଣେଶଙ୍କର ନୂତନ ମୂର୍ତ୍ତୀଟିଏ ଆଣି ପୂଜାର୍ଚ୍ଚନା କଲେ ବର୍ଷସାରା ଗୃହରେ ସୁଖଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି।ନୂଆ ବର୍ଷ ଦିନ ଖଣ୍ଡ ହଲଦୀକୁ ଘରକୁ ନିଶ୍ଚୟ ଆଣନ୍ତୁ। ମା ଲକ୍ଷ୍ମୀଙ୍କର ହଳଦୀ ଅତ୍ୟନ୍ତ ପ୍ରିୟ ଅଟେ। ଏହାକୁ ଧ୍ୟାନରେ ରଖି ଶାସ୍ତ୍ର ଅନୁସାରେ କୁହାଯାଇଛି କି ନୂଆ ବର୍ଷ ଦିନ ଯଦି ଖଣ୍ଡ ହଲଦୀକୁ କିଣି ଘରକୁ ଆଣନ୍ତି ତେବେ ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସିବାର ସୂଚନା ମିଳିଥାଏ। ଏଣୁ ଆପଣ ନିଶ୍ଚୟ ନୂଆ ବର୍ଷରେ ଖଣ୍ଡ ହଲଦୀକୁ ଘରକୁ କିଣିକି ଆଣନ୍ତୁ।ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଇଥାଏ। ତେଣୁ ନଡ଼ିଆ ଭାଙ୍ଗି ନୂତନ ବର୍ଷକୁ ସ୍ବାଗତ କଲେ ସବୁକିଛି ଶୁଭ ହୋଇଥାଏ ବୋଲି ବିଶ୍ୱାସ କରାଯାଇଥାଏ।

ଘରେ ଟଙ୍କାପଇସାର ଅଭାବ ଦେଖାଯାଉଥିଲେ, ନୂଆବର୍ଷ ଦିନ ଘରକୁ ମୟୂରପୁଚ୍ଛଟିଏ କିଣିଆଣନ୍ତୁ। କିଣିଲାବେଳେ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।ଚାନ୍ଦିର ବସ୍ତୁ। ଶାସ୍ତ୍ର ଅନୁସାରେ ମାନ୍ୟତା ରହିଛି କି ଚାନ୍ଦିର କୌଣସି ଜିନିଷକୁ ନୂଆ ବର୍ଷ ଦିନ ଘରକୁ ଆଣିଲେ ତାହା ଶୁଭ ହୋଇଥାଏ। ଚାନ୍ଦିକୁ ଶୁଭର ପ୍ରତୀକ ବୋଲି ମନାଯାଏ। ନୂଆ ବର୍ଷ ଦିନ ଯଦି ଚାନ୍ଦିର କୌଣସି ଜିନିଷ ଘରକୁ ଆଣୁଛନ୍ତି ତେବେ ଏହା ଆପଣଙ୍କ ଘରକୁ ସୁଖ ପ୍ରଦାନ କରିଥାଏ

ଅଧିକ ପଢନ୍ତୁ