ନୂଆ ବିଧାୟକଙ୍କୁ ପଢାଇବେ ନଡ୍ଡା

ପୁଣି ଥରେ ରାଜ୍ୟ ବିଜେପିର କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସରକାର ବାସ୍ତବରେ କେମିତି ଚାଲେ ବୁଝାଯିବ । ଏନେଇ ବିଧାୟକମାନଙ୍କୁ ପାଠ ପଢାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ସରକାର କିପରି ଚାଲେ ସେନେଇ ଅଭିଜ୍ଞ ସମ୍ପନ୍ନ ନେତାଙ୍କ ଠାରୁ ନବାଗତମାନେ ଶିଖିବେ ।କାଲିଠୁ ବିଜେପିର ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହେବ । ତେବେ ଆଜି ଆୟୁଷ୍ମାନ ଭାରତ କାର୍ଡର ଶୁଭାରମ୍ଭ ପରେ କାଲିଠୁ ବିଧାୟକଙ୍କୁ ତାଲିମ୍ ଦେବେ ନଡ୍ଡା ।

ଅଧିକ ପଢନ୍ତୁ

kc ads