ନୂଆ ମ୍ୟାଲେରିଆ ଟିକା, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସଫଳ

ମ୍ୟାଲେରିଆର ଏକ ନୂଆ ଭାକ୍ସିନ ଆଶାର କିରଣ ହୋଇ ଦେଖାଦେଇଛି । ଆଫ୍ରିକୀୟ ପିଲାଙ୍କ ଉପରେ ଏହି ଟିକାର ଫେଜ-୨(ବି)ର କ୍ଲିନିକାଲ ଟ୍ରାୟଲ କରାଯାଇଛି। ଅନ୍ତରୀଣ ପରିଣାମରୁ ଯାହା ଜଣାପଡିଛି ଭାକ୍ସିନ ସୁରକ୍ଷିତ ହୋଇଥିବା ବେଳେ ମଜଭୁତ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରିବା ସହିତ ଆଶାଜନକ ପ୍ରଭାବକାରୀ।

ଆରଏସ୍ ୫.୧ ମ୍ୟାଟ୍ରିକ୍ସ-ଏମ ନାମକ ଏହି ଭାକ୍ସିନର ପରୀକ୍ଷଣ ଫଳାଫଳ ‘ଦି ଲେସେଣ୍ଟ ଇନଫେକ୍ସସ ଡିଜିଜ’ରେ ପ୍ରକାଶିତ ହୋଇଛି।ସୂଚାନମୂତାବକ ସଂକ୍ରମିତ ମାଈ ଆନୋଫିଲିସ୍‌ ମଶା କାମୁଡ଼ଲେ ପ୍ଲାସ୍‌ମୋଡିଅମ୍‌ ପାରାସାଇଟ୍‌ ସଂକ୍ରମଣ ହୋଇ ମ୍ୟାଲେରିଆ ସୃଷ୍ଟି ହୋଇଥାଏ। ଗବେଷକମାନେ ଆଫ୍ରିକୀୟ ଦେଶର ୩୬୧ ଜଣ ପିଲାଙ୍କୁ ଏହି ଟିକାର ୩ଟି ଡୋଜ୍‌ ଦେଇଥିଲେ। ମାସେ ଅନ୍ତରରେ ଦିଆଯାଇଥିବା ଡୋଜ୍‌ ୪୦ ପ୍ରତିଶତ ଏବ ବିଳମ୍ବିତ ଡୋଜ୍‌ ୫୫ ପ୍ରତିଶତ ଫଳପ୍ରଦ ଦେଖାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital