ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି ଅର୍ଥ ପାଇବେ ବୋଲି ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।ବିଭାଗ ପକ୍ଷରୁ ଏ ସମ୍ବନ୍ଧିତ କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢେ ୧୦ଟାରେ OUATର ଶିକ୍ଷା ସଦନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହିବେ । ସେହିଭଳି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୬ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ହିତାଧିକାରୀଙ୍କ ଖାତାକୁ ଯିବ ୨୫୦କୋଟି ଟଙ୍କାର ସହାୟତା ରାଶି ।
