ଏବେ ଆପଣଙ୍କୁ ହୋଟେଲ, ଦୋକାନ, ଏୟାରପୋର୍ଟ କିମ୍ୱା ଅନ୍ୟ କୌଣସି ସ୍ଥାନରେ ଆଉ ଆଧାରକାର୍ଡର ଫଟୋ କପି ଦେବାକୁ ପଡ଼ିବନି । କାରଣ ଏଥର ଆପଣ ଆପଣଙ୍କ ଆଧାରକାର୍ଡ ଆଉ ପର୍ସରେ ନୁହେଁ ବରଂ ଫୋନରେ ରଖିବେ । ଡିଜିଟାଲ କ୍ରାନ୍ତିର ସଦୁପଯୋଗ କରି ଲୋକଙ୍କୁ ଆଉ ଏକ ସୁବିଧା ପ୍ରଦାନ କରି କେନ୍ଦ୍ର ସରକାର ନୂଆ ଆଧାର ଆପ୍ ଲଞ୍ଚ କରିଛନ୍ତି ।ଏହି ନୂଆ Aadhaar App ଦେଶର କୋଟି କୋଟି ଆଧାର କାର୍ଡ ହୋଲର୍ଡସଙ୍କ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ କାମ କରିବ । ଏହି ଆପର ବିଶେଷ କଥା ହେଉଛି ଯେ ଆପଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାକୁ ଚାହାଁନ୍ତି କିମ୍ବା ଏକ ନୂଆ ସିମ୍ ନେବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କୌଣସି ସ୍ଥାନରେ ଆଧାର କାର୍ଡ ପ୍ରଦାନ କରିବାକୁ ପଡିବ ନାହିଁ । ସରକାର ଆଧାର କାର୍ଡକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ ମଧ୍ୟ କରିଛନ୍ତି । ଏଥିରେ ୫ଟି ଖାସ୍ ଫିଚର୍ସ ମଧ୍ୟ ଅଛି, ଯାହା ଆପଣଙ୍କର ଅନେକ କାର୍ଯ୍ୟକୁ ସହଜ କରିବ ।
ନୂଆ Aadhaar App ରେ QR କୋଡ୍ ସ୍କାନ୍ କରି କାର୍ଡ ହୋଲ୍ଡରମାନଙ୍କୁ ଯାଞ୍ଚ କରାଯାଇପାରିବ । ନୂଆ Aadhaar App ରେ, କାର୍ଡ ହୋଲ୍ଡରଙ୍କ ଡାଟା ପ୍ରାଇଭେସିର ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଇଛି । ଏହି ଆପରେ କାର୍ଡ ହୋଲ୍ଡରଙ୍କ ପ୍ରାଇଭେଟ୍ ଡିଟେଲ୍ସ ଯେପରିକି ମୋବାଇଲ୍ ନମ୍ବର, ଆର୍ଡେସ୍ ଇତ୍ୟାଦି ସିକ୍ରେଟ୍ ରଖାଯିବ । ତେବେ ୟୁଜର୍ସଙ୍କ ଆଧାର କାର୍ଡର ଡିଟେଲ୍ସ QR କୋର୍ଡ ମାଧ୍ୟମରେ ସ୍କାନ କରିବା ସହିତ ଏହାକୁ ଭେରିଫାଏ କରିବା ପାଇଁ ଫେସିଆଲ୍ ସ୍କାନିଂ ର ସୁବିଧା ମଧ୍ୟ ରହିବ । ଯେଉଁଥିରେ କାର୍ଡ ହୋଲ୍ଡରଙ୍କ ଫେସ୍ ସ୍କାନ୍ କରି ଭେରିଫିକେସନ୍ ପ୍ରକ୍ରିୟା ସମାପ୍ତ କରାଯାଇପାରିବ ।ନୂଆ Aadhaar App ରେ ୟୁଜର୍ସଙ୍କ ଆଇଡେଣ୍ଟିକୁ ସିକ୍ବିର କରିବା ପାଇଁ ଆର୍ଥେଟିକସେନ୍ ଫିଚର ଦିଆଯାଇଛି । ବ୍ୟାକିଂ ଆପ୍ ପରି, ନୂଆ ଆଧାର ଆପରେ ଲଗ୍ ଇନ୍ କରିବା ପାଇଁ ଆପଣଙ୍କୁ ୬-ଡିଜିଟ୍ ର ସିକ୍ୟେୁରିଟି ପିନ୍ ଦେବାକୁ ପଡିବ । ଆପ୍ ଇନଷ୍ଟଲ୍ କରିବା ପରେ ଆପଣଙ୍କୁ ଏହି ପିନ୍ ଥରେ ସେଟ୍ କରିବାକୁ ପଡିବ । ଏହା ପରେ ପିନ୍ ବିନା କେହି ଆପଣଙ୍କ ଆଧାର ଆପରେ ଏଣ୍ଟ୍ରି କରିପାରିବେ ନାହିଁ । ଏହି ଆପର ଆଉ ଏକ ଖାସ୍ କଥା ହେଉଛି ଯେ ଆପଣ ଆପଣଙ୍କର ଆଧାର କାର୍ଡକୁ ଡିଜିଟାଲ୍ ଭାବରେ ସେୟାର କରିପାରିବେ । କାର୍ଡକୁ ଡିଜିଟାଲ୍ ଭାବରେ ସେୟାର କରିବା ଦ୍ବାରା, ଏହାର ଅବବ୍ୟବହାରର ଆଶଙ୍କା ହ୍ରାସ ପାଇବ ।