ଦେଶ ନିଜର ସାମରିକ ସାମର୍ଥ୍ୟକୁ ମଜବୁତ କରିବାରେ ଲାଗିଛି । ଏବଂ ନୂତନ ନୂତନ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି । ଭାରତୀୟ ବାୟୁସେନା ବର୍ତ୍ତମାନ ଏକ ଅନନ୍ୟ କ୍ଷମତା ପ୍ରଦାନ କରୁଥିବାରୁ ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ବହୁ ସଂଖ୍ୟକ ଇସ୍ରାଏଲ୍ କ୍ଷେପଣାସ୍ତ୍ର ନିର୍ମାଣ କରିବାକୁ ଯୋଜନା କରୁଛି । ତେବେ ମିସାଇଲ ପରୀକ୍ଷଣ ଓଡ଼ିଶାର ଅବଦୁଲ କଲାମ ଦ୍ୱୀପରୁ କରାଯାଇଥିଲା ଏବଂ ଏହା ଆବଶ୍ୟକ ମାନଦଣ୍ଡ ଉପରେ ସଠିକ୍ ସାବ୍ୟସ୍ତ ହୋଇଛି ।
ସୂତ୍ର ଅନୁସାରେ ଆଣ୍ଡାମାନ ଏବଂ ନିକୋବାର ଦ୍ୱୀପ ସମୂହରେ ଭାରତୀୟ ବାୟୁ ସେନା ଦ୍ୱାରା ପରୀକ୍ଷଣ କରାଯାଇଥିବା ମିସାଇଲ୍ ଇସ୍ରାଏଲର କ୍ରିଷ୍ଟଲ ମେଜ ୨ ଆକାଶରୁ ଲଞ୍ଚ କରାଯାଉଥିବା ବାଲିଷ୍ଟିକ୍ ମିସାଇଲ ଅଟେ ଯାହା ROCKS ନାଁରେ ପରିଚିତ ।ଉଲ୍ଲେଖଯୋଗ୍ୟ ଯେ କ୍ରିଷ୍ଟଲ୍ ମେଜ-୨ ଇସ୍ରାଏଲରୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିବା କ୍ରିଷ୍ଟଲ ମେଜ-୧ଠାରୁ ସମ୍ପୂର୍ଣ୍ଣ ଅଲଗା । କ୍ରିଷ୍ଟଲ ମେଜ-୨ ଏକ ବିସ୍ତାରିତ ଷ୍ଟାଣ୍ଡ-ଅଫ୍ ରେଞ୍ଜର ଆକାଶରୁ ଭୂ-ପୃଷ୍ଠକୁ ଟାର୍ଗେଟ୍ କରୁଥିବା ମିସାଇଲ୍ ଅଟେ । ଭାରତୀୟ ବାୟୁସେନା ଦ୍ୱାରା ଶତ୍ରୁଙ୍କ ଦୀର୍ଘ ଦୂରର ରାଡାର ଏବଂ ବାୟୁ ରକ୍ଷା ପ୍ରଣାଳୀ ପରି ଉଚ୍ଚ ମୂଲ୍ୟର ସ୍ଥିର ଏବଂ ସ୍ଥାନାନ୍ତରିତ ଲକ୍ଷ୍ୟକୁ ହାଲସ କରିବା ପାଇଁ ଏହାକୁ ଉପଯୋଗ କରିବାକୁ ଯୋଜନା କରୁଛି ।