ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର କଲ୍ୟାଣୀ ମଣ୍ଡପ ଠାରେ ନୂଆଗାଁ ବ୍ଲକ୍ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ବୈଠକ ସହ ଅବସରକାଳୀନ ସମ୍ବର୍ଦ୍ଧନା ଓ ସ୍ବାଗତ ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଅବସର ଗ୍ରହଣ କରିଥିବା ଶିକ୍ଷକ ଶିଶିର କୁମାର ବାରିକ , ପଞ୍ଚାନନ ଦୁଆରୀ, ନବ କିଶୋର ବେହେରା,ପ୍ରମୋଦ ନାହାକ , ଲକ୍ଷ୍ମଣ କୁମାର ସାହୁଙ୍କୁ ଶିକ୍ଷକ ସଂଘ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସ୍ବାଗତ କରଯାଇଥିଲା।
ଏହି ବାର୍ଷିକ ବୈଠକ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।ସଭାପତି ଅଶୋକ କୁମାର ପଣ୍ଡା,ଉପ ସଭାପତି ପ୍ରଭାତୀ ମିଶ୍ର , ରଶ୍ମିତା ପ୍ରଧାନ,ସମ୍ପାଦକ ସିଦ୍ଧାର୍ଥ ରତ୍ନ , ସହ ସମ୍ପାଦକ ଅନୁପମା ସାହୁ ,ପ୍ରତାପ କୁମାର ସାହୁ ,ଜିଲ୍ଲା ପ୍ରତିନିଧି ଗତିକୃଷ୍ଣ ପ୍ରଧାନ, ସତ୍ୟ ନାରାୟଣ ସାହୁ , ଉପଦେଷ୍ଟା ସୁଧିର କୁମାର ପ୍ରଧାନ,ରାକେଶ କୁମାର ଘଡେ଼ଇ,ଦେବରାଜ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ସୁରେନ୍ଦ୍ର ନାଥ ଖଣ୍ଡୁଆଳ, ପୂର୍ଣ୍ଣଚନ୍ଦ୍ର ଘଡେ଼ଇ ଏବଂ ମିଡ଼ିଆ ସଂଯୋଜକ ଭାବେ କୈଳାଶ ଚନ୍ଦ୍ର ନାଏକ ଙ୍କୁ ସଂଘର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଚୟନ କରିଛନ୍ତି।