ନୂତନ ପ୍ରଜାତିର ଉଭୟଚର ‘ଆମ୍ଫିପୋଡ୍’ ଚିହ୍ନଟ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି l ୨୦୨୩ରେ ଏହି ଜୀବକୁ ପାଇବା ପରେ ବିଭାଗକୁ ଆଣାଯାଇ ଡ. ଶେଷଦେବ ପାତ୍ର, ଗବେଷିକା ଗୀତାଞ୍ଜଳି ଭୋଇ, ପିଜି ଛାତ୍ର ଆର୍‌.କିରଣ କୁମାର ପରୀକ୍ଷାଗାରରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି ଜୀବଟି ଦେଖିବାକୁ ଚିଙ୍ଗୁଡ଼ି ଭଳି ଏବଂ ଏହାର ରଙ୍ଗ ଫିକା ହଳଦିଆ। ଏହାର ୧୩ ଯୋଡ଼ା ଗୋଡ଼ ରହିଥିବା ବେଳେ ଆଗର ୨ଟି ଗୋଡ଼ ଶିକାର କରିବା ସହ ଖାଦ୍ୟ ପାଇଁ ବ୍ୟବହାର କରିଥାଏ।

ଏମାନେ ବିଷାକ୍ତ ନଥିବାରୁ ମାଛ ଓ ପକ୍ଷୀମାନେ ଖାଇଥାନ୍ତି।ଏମାନଙ୍କ ଶରୀରର ଖୋଳପା ଗୁଡିକ ସ୍ତରସ୍ତର ହୋଇ ରହିଥାଏ l ଏମାନଙ୍କ ଗୋଡ଼ରେ ସରୁ ସରୁ ଓ ଛୋଟ ଛୋଟ କଣ୍ଟା ଭଳି ମୁନିଆ ରହିଥାଏ l ଏହାର ଲମ୍ବ ୧୩ ମିଲି ମିଟର l ଏହି ଜୀବ ମାନେ ସ୍ଥଳ ଓ ଜଳ ଉଭୟ ସ୍ଥାନରେ ବସବାସ କରନ୍ତି l ଏହି ଜୀବଟି କମ୍ ଲୁଣି ପାଣି ବିଶିଷ୍ଠ ସନ୍ତସନ୍ତିଆ ଜାଗାରେ ରୁହନ୍ତି l ଏହା ନୂତନ ପ୍ରଜାତିର ହୋଇଥିବାରୁ ସମ୍ପୂର୍ଣ୍ଣ ତଥ୍ୟକୁ ନିୟୁଜଲାଣ୍ଡ ସ୍ଥିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ଜର୍ଣ୍ଣାଲ୍‌ ଟାକ୍ସାକୁ ପ୍ରଦାନ କରାଯାଇଥିଲା। ଟାକ୍ସାରେ ଏହା ପ୍ରକାଶିତ ହୋଇଛି।

ଅଧିକ ପଢନ୍ତୁ

kc ads