ନୂତନ ବର୍ଷରେ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା 

ଆଜିଠୁ ଆରମ୍ଭ ହୋଇଛି ନୂଆ ବର୍ଷ। ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ବିଜେଡ଼ିର ସୁପ୍ରିମ ଓ ବିରୋଧୀ ଦଳର ମୁଖ୍ୟ ନେତା ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ “ଇଂରାଜୀ ନୂଆବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କରୁଣାରୁ ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ। ବନ୍ଦେ ଉତ୍କଳ ଜନନୀ ” ଏହା ସହ ତାଙ୍କର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି। 

ଅଧିକ ପଢନ୍ତୁ