ନ୍ୟୁଜିଲାଣ୍ଡର ୧୭୦ ବର୍ଷ ଇତିହାସରେ ସବୁଠୁ କନିଷ୍ଠ ସାଂସଦ । ନାଁ ତାଙ୍କର ହାନା ରାୱହିତ ମୈପି-କ୍ଲାର୍କ, ବୟସ ୨୧ ।ସେ ସଂସଦରେ ନାଚି ନାଚି ଜନସାଧାରଣଙ୍କ ଦାବି ଉପସ୍ଥାପନ କରିଛନ୍ତି। ଭାରତରେ ନୁହେଁ ସେ ହେଉଛନ୍ତି ନ୍ୟୁଜିଲାଣ୍ଡର ସର୍ବ କନିଷ୍ଠ ଏମପି ହାନା ରହିତି ମାଇପି କର୍ଲାକେ। ନ୍ୟୁଜିଲାଣ୍ଡ ସଂସଦରେ ତାଙ୍କର ଦମଦାର ଭାଷଣ ସାଙ୍ଗକୁ ଦାବି ଉପସ୍ଥାପନ କରିବାର ପ୍ରଭାବଶାଳୀ ନୃତ୍ୟ ସାରା ବିଶ୍ୱକୁ ଚକିତ କରିଛି। କୁହାଯାଉଛି ଯେ ହାନା ୨୦୨୩ ଡିସେମ୍ବରରେ ଏହି ଭାଷଣ ଦେଇଥିଲେ । ନିଜ ଓଜସ୍ୱୀ ଭାଷଣରେ ହାନା ମତାଦାତାଙ୍କୁ ପ୍ରତିଶ୍ରୁତି ଦେଇ କହୁଛନ୍ତି, ‘ମୁଁ ଆପଣଙ୍କ ପାଇଁ ଜୀବନ ଦେଇଦେବି..ଆପଣଙ୍କ ପାଇଁ ବଞ୍ଚିବି ମଧ୍ୟ ।’
ନିଆରା ଢଙ୍ଗରେ ତାଙ୍କର ଏହି ପ୍ରତିଶ୍ରୁତି ସମସ୍ତଙ୍କୁ ପସନ୍ଦ ଆସିଛି । ହାନା ନ୍ୟୁଜିଲାଣ୍ଡ ମୂଳବାସିନ୍ଦା କୁହାଯାଉଥିବା ମାଓରି ଜାତିର । ଗତବର୍ଷ ଅକ୍ଟୋବରରେ ସେ ସଂସଦକୁ ନିର୍ବାଚିତ ହୋଇଥିଲେ ।ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ସଂସଦରେ ନିଜ ଭାଷଣକୁ ସେ ନୃତ୍ୟ କରି ଉପସ୍ଥାପନ କରିଥିଲେ। ସେ ମାଓରି ସଂସ୍କୃତିର ‘ହାକା’ ନୃତ୍ୟ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ।ଏହା ଏକ ଯୁଦ୍ଧଗୀତ। ଯାହାକୁ ବିଭିନ୍ନ ଭାବଭଙ୍ଗୀ ସହ ପ୍ରସ୍ତୁତ କରାଯାଇଥାଏ। ଭାଷଣ ଦେବା ସମୟରେ ସେ ଜନତାଙ୍କ ଦାବି ଉଠାଇ ସଂସଦରେ ଗର୍ଜୁ ଥିବାର ନଜିର ଆସିଛନ୍ତି।