ନେତାଙ୍କ ପରେ ଏବେ ବାବୁଙ୍କ ପାଳି । ଆହାର ନହେଲେ ସ୍କୁଲରେ ଖାଇବେ ମଧ୍ୟାହ୍ନ ଭୋଜନ

ଆଇଏଏସ୍‌ ବାବୁମାନେ ଦୁଇ ମାସରେ ଦୁଇ ଦିନ ନିଶ୍ଚିତ ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମର ଅନୁଧ୍ୟାନ କରିବେ । ଏବେ ବାବୁମାନଙ୍କ ପାଳି। ଗାଁକୁ ଯିବେ ବାବୁ। ରାତିରେ ରହିବେ ଓ ଲୋକଙ୍କୁ ଭେଟିବେ। ସରକାରୀ ଯୋଜନାର କାର୍ୟ୍ୟକାରିତା ନେଇ ବୁଝିବେ। ଆହାର ନହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ମାନ ଚେକ କରିବେ। ଫେବ୍ରୁଆରୀରୁ ମାର୍ଚ୍ଚ ଭିତରେ ବାବୁମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।ବରିଷ୍ଠ ଅଧିକାରୀଙ୍କ ଭିତରେ ୩୦ ଜିଲ୍ଲା ବଣ୍ଟାଯାଇଛି । ସରକାର ପରାମର୍ଶ ଦେଇଛନ୍ତି, ୧୬ଜିଲ୍ଲାରେ ଥିବା ୨୯ଟି ଆକାଂକ୍ଷୀ ବ୍ଲକ୍‌ ବୁଲିବେ ବରିଷ୍ଠ ଅଧିକାରୀ । ଅନୁଗୁଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, ରାୟଗଡ଼ା ଓ ସୁନ୍ଦରଗଡ଼ର ୮ଟି ଡିଏମ୍‌ଏଫ୍‌ ଜିଲ୍ଲାରେ ଖଣିଜ ପାଣ୍ଠି ଓ ଓମ୍ବାଡ୍‌ସି ପାଣ୍ଠିର କିଭଳି ବିନିଯୋଗ ହୋଇଛି, ତା’ର ସମୀକ୍ଷା କରିବେ ।

ଜିଲ୍ଲାର ବନ୍ଦର, ବିମାନବନ୍ଦର, ଶିଳ୍ପପାର୍କ, ମେଡିକାଲ କଲେଜ ଓ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବେ । ଜିଲ୍ଲା ବୁଲିବା ସମୟରେ ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରି ଯାହାସବୁ ସମସ୍ୟା ଥିବା ତାକୁ କେମିତି ହଟେଇ ବିକାଶ ଆଗକୁ ଯିବ ସେ ନେଇ ବାବୁମାନେ ପରାମର୍ଶ ଦେବେ । ଜିଲ୍ଲାରୁ ଫେରି ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital