ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ

ସ୍ୱାଧୀନତା ସଂଗ୍ରାମୀ ଓ ଆଜାଦ୍‌ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀ । ଏଥିପାଇଁ ଭୋର ୪ଟାରୁ ନେତାଜୀଙ୍କ ଜନ୍ମଗୃହକୁ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଖୋଲାଯାଇଛି । ସମସ୍ତ ଗ୍ୟାଲେରୀ ସକାଳ ୬ଟାରୁ ଖୋଲିବ ଯାହା ରାତି ୯ଟା ପର୍ଯ୍ୟନ୍ତ ଚାଲିବ । ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟର କୋଠାକୁ ଆର୍କିଟେକ୍ଟରାଲ ଇଲ୍ୟୁମିନେସନରେ ଆଲୋକୀକରଣ କରାଯାଇଛି। ଏଥର ନୂଆ କରି ସଂଗ୍ରହାଳୟରେ ନେତାଜୀଙ୍କ ବାଲ୍ୟ ଜୀବନୀ ଗ୍ୟାଲେରୀରେ ସ୍ଥାନ ପାଇବାକୁ ଯାଉଛି ଷ୍ଟୁଆଟ୍ସ ସ୍କୁଲର ଆଡମିଶନ ରେଜିଷ୍ଟାର୍ । ୧୯୦୨ ମସିହାରୁ ୧୯୦୮ ମସିହା ଯାଏଁ ନେତାଜୀ ପାଠ ପଢୁଥିବା ସମୟର ରେଜିଷ୍ଟରକୁ ନେତାଜୀ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି ସ୍କୁଲ କର୍ତ୍ତୁପକ୍ଷ ।ସେହିପରି ଆଜି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ।

ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗାଁରେ ଜନ୍ମିତ ସୁରେନ୍ଦ୍ର ସମ୍ବଲପୁର ରାଜ ପରିବାରର ଦାୟାଦ ହୋଇଥିଲେ ବି ରାଜକୀୟ ସୁଃଖ ଛାଡି ସେ ପିଲାଟି ଦିନରୁ ବ୍ରିଟିଶ ବିରୋଧରେ ସଂଗ୍ରାମରେ ଝାସ ଦେଇଥିଲେ । ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦୁର୍ଗମ ଜଙ୍ଗଲ ଏବଂ ପାହାଡରେ ଦୁର୍ଗ କରି ସଂଗ୍ରାମ ଚଲାଇଥିବା ବେଳେ ଜୀବନର ଅଧିକାଂଶ ସମୟ ଦୀର୍ଘ ୩୭ ବର୍ଷ ଜେଲ୍‌ରେ ବିତିଥିଲା ।

ଅଧିକ ପଢନ୍ତୁ

kc ads