ନେତା ଫସିଗଲେ ଅଫିସର ପୁରସ୍କୃତ ହେଲେ ।

ଦୁଇ IPS ଆଶିଷ ସିଂ ଓ ଡିଏସ୍ଅ କୁଟ୍ଟେ ଦିଲ୍ଲୀ ଡେପୁଟେସନ୍ ଯିବା ପଛରେ ରହିଛି ଡିଲ । ସାମ୍ବାଦିକ ସମ୍ମିଳନୀ କରି ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ଯେଉଁ ଦୁଇ ଅଫିସରଙ୍କ ଦ୍ୱାରା ବିଜେପି ନେତାମାନେ ସର୍ବାଧିକ ନିର୍ଯାତନା ପାଇଛନ୍ତି ଆଉ ନିର୍ବାଚନ କମିଶନ ଚାର୍ଜସିଟ୍ କରିବା ପାଇଁ କହିଥିଲେ, ସେହି ଉଭୟଙ୍କୁ ରାଜ୍ୟର ବିଜେପି ସରକାର ପୁରସ୍କୃତ କରିଛନ୍ତି। ଏଭଳି ଘଟଣା ଓଡ଼ିଶାରେ ପ୍ରଥମ ଓ ଏ ସରକାର ଏତେ ତଳସ୍ତରକୁ ଖସିଯିବ ବୋଲି ଆଶା ନଥିଲା। ଆଜି ଏଭଳି ଢଙ୍ଗରେ ବିଜେପି ସରକାର ଉପରେ ବରିଷ୍ଠ ନେତା ବିଜୟ ମହାପାତ୍ର ବର୍ଷିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛନ୍ତି।

ଅଧିକ ପଢନ୍ତୁ