ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ

ନେପାଳରେ ଫସିଛନ୍ତି ୨୩ ଓଡ଼ିଆ ପର୍ଯ୍ୟଟକ । ବୁଲିବାକୁ ଯାଇଥିବା ବେଳେ ହିଂସା ଯୋଗୁଁ ଫସିଛନ୍ତି । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇ ଫସିଛନ୍ତି ୨୩ ଓଡିଆ । ସମସ୍ତେ ଯାଜପୁର ମାଲଆନନ୍ଦପୁର ପଞ୍ଚାୟତର ବୋଲି ଜଣାପଡିଛି । ନେପାଳକୁ ତୀର୍ଥ କରିବାକୁ ଯାଇ ଫସି ରହିଛନ୍ତି ତୀର୍ଥଯାତ୍ରୀ । ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକି ରହିଛନ୍ତି। ସେପଟେ ବୁଲାଇବାକୁ ନେଇଥିବା ଟ୍ରାଭେଲ ଏଜେନ୍ସି ଫେରାର । ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ।କାଠମାଣ୍ଡୁରେ କୁହୁଳୁଥିବା ବିଦ୍ରୋହର ନିଆଁ ଏବଂ ହିଂସା ପରି ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଓଡିଶାର ୩ ଜଣ ଯୁବକ ଫସିଥିବା ଖବର ଆସିଥିଲା । ୩ ଯୁବକ ଭୁବନେଶ୍ବରର, ସେମାନେ କାଠମାଣ୍ଡୁରେ ହେବାକୁ ଥିବା ୪ର୍ଥ କଳିଙ୍ଗ ଲିଟେରାରୀ ଫେଷ୍ଟିଭାଲ ପାଇଁ ଯାଇଥିଲେ । ମାତ୍ର ହିଂସା ପାଇଁ ଉକ୍ତ ସାହିତ୍ୟ ମହୋତ୍ସବକୁ ବାତିଲ କରାଯାଇଥିବା ବେଳେ ସେମାନେ ହିମାଳୟା ହୋଟେଲରେ ରହିଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital