ନେପାଳରେ ଫେରିବ ଶାନ୍ତି, ସୁଧପରିବ ସ୍ଥିତି ।ନେପାଳ ହିଂସାର ଭୟାବହତାକୁ ବାଲୁକା କଳାରେ ଚିତ୍ରିତ କରିବା ସହ ପ୍ରେୟିଂ ଫର୍ ପିସ ନେପାଳର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ। ପ୍ରାୟ 10 ଫୁଟ ଚଉଡ଼ା ଏବଂ 7 ଫୁଟ ଉଚ୍ଚ ଏହି ବାଲୁକା କଳାରେ ରହିଛି ନେପାଳର ସାଂପ୍ରତିକ ପରିସ୍ଥିତିର ନିଛକତା। ନିଜ ବାଲୁକା କଳା ମାଧ୍ୟମରେ ସେ ନେପାଳରେ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି । ପୁରୀ ବେଳାଭୂମିରେ ଏହି ବାଲୁକା କଳା କରି ନେପାଳକୁ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।ନିଜ ସୋସିଆଲ ମିଡିଆରେ ବାଲୁକା କଳାର ଫଟୋ ଏବଂ ଭିଡିଓ ପୋଷ୍ଟ କରି ସେ ଏହି ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆଉ କହିଛନ୍ତି- ହିଂସାରେ ଯେଉଁକ୍ଷତି ଘଟିଛି, ଯେଉଁ ଜୀବନ ଯାଇଛି ତାହା ଦୁଃଖ ଦାୟକ । ଏହି କଳା ମାଧ୍ୟମରେ ମୁଁ ସମସ୍ତଙ୍କୁ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ନେପାଳ ଶାନ୍ତି ପ୍ରିୟ ଦେଶ, ପୁଣି ଥରେ ସେହି ସମୟ ଫେରିଆସୁ… ଗତ ଦୁଇ ଦିନ ତଳେ ଜଳୁଥିବା ନେପାଳ ଛାତିରେ ଆଜି ପଡିଛି ବର୍ଷା ଟୋପା । ସକାଳେ ସକାଳେ ବର୍ଷା ହେବା ସହ କାଠମାଣ୍ଡୁରେ ଜନଜୀବନ ସ୍ବାଭାବିକ ଅବସ୍ଥାକୁ ଫେରୁଛି । ରାସ୍ତା ଦୂର ଦୂର ଯାଏଁ ଶୂନଶାନ ଦେଖିବାକୁ ମିଳୁଥିବା ବେଳେ ଲୋକେ କାଁ ଭାଁ ଲୋକେ ଯାତାୟତ କରୁଛନ୍ତି । ଜରୁରୀକାଳୀନ ସେବାରେ ଥିବା ଲୋକେ ନିଜ ନିଜ କର୍ମସ୍ଥଳୀକୁ ଯାଉଥିବା ଦେଖିବାକୁ ମିଳିଛି । ସେପଟେ ବସ ଚଳାଚଳ ବି କରିଛି ।
