ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ରତନ ଟାଟାଙ୍କ ନିଧନ ପରେ ଆଜି ମୁମ୍ବାଇରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ କରାଯାଇଛି । ବୈଠକରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି । ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କ ସାନ ଭାଇ(ସାବତ ଭାଇ)। ନୋଏଲ ଟାଟା ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର ଦୋରାବଜୀ ଟାଟା ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଥିଲେ। ରତନ ଟାଟାଙ୍କ ପରେ ତାଙ୍କୁ ଟାଟା ଟ୍ରଷ୍ଟର ଅଧ୍ୟକ୍ଷ କରାଯାଇଛି। ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କଠାରୁ ଜନ୍ମ ହୋଇଥିବା ନୋଏଲ ଟାଟା ହେଉଛନ୍ତି ରତନ ଟାଟାଙ୍କର ସାବତ ଭାଇ। ଏହି ପାରିବାରିକ ବନ୍ଧନ ଉତ୍ତରାଧିକାରୀ ଦୃଷ୍ଟିରୁ ନୋଏଲ ଟାଟାକୁ ଏକ ନମ୍ବର ସ୍ଥାନରେ ଥିଲେ। ନୋଏଲ ଟାଟାଙ୍କ ତିନି ସନ୍ତାନ ମାୟା ଟାଟା, ନେଭିଲ ଟାଟା ଏବଂ ଲିଆ ଟାଟା ମଧ୍ୟରେ ଟାଟା ଟ୍ରଷ୍ଟ ସହ ସମ୍ପୃକ୍ତ ଅଛନ୍ତି। ଏମାନଙ୍କ ବ୍ୟତୀତ ରତନ ଟାଟାଙ୍କର ଏକ ସାନ ଭାଇ ଜିମି ଟାଟା ମଧ୍ୟ ଅଛନ୍ତି, ଯିଏ ଟାଟା ଗ୍ରୁପର କାର୍ଯ୍ୟକଳାପରୁ ସର୍ବଦା ଦୂରେଇ ଥାନ୍ତି।