ନୋଟିସ ଜାରି କଲା AIIMS; ହସ୍ପିଟାଲ ପରିସରରେ ଅଯଥା ଗହଳି କରିବାକୁ ମନା

ନିମାପଡ଼ା ବଳଙ୍ଗାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ନାବାଳିକା ପୋଡ଼ିଯିବା ଘଟଣା । ପୀଡ଼ିତାଙ୍କ ଶରୀର 70% ଜଳିଯାଇଥିବା ଏମ୍‌ସର ସୂଚନା । ଗୁରୁତର ନାବାଳିକା ବର୍ଣ୍ଣ ୟୁନିଟ୍‌ରେ ଚିକିତ୍ସାଧୀନ ରହିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସେପଟେ ଘଟଣାସ୍ଥଳରେ ପହଞ୍ଚି ଫରେନସିକ ଟିମ୍ ଓ ଡଗ ସ୍କ୍ବାଡ ଯାଞ୍ଚ କରିଛି । ପୁରୀ ଏସପି ପିନାକ ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।। ବର୍ଣ୍ଣ ୱାର୍ଡ ବାହାରେ ନୋଟିସ୍‌ ଲାଗିଛି । ଏହି ନୋଟିସ୍‌ରେ କୁହାଯାଇଛି ଅଯଥା ଗହଳି କରନ୍ତୁ ନାହିଁ । କୌଣସି ଲୋକ ଏକାଠି ହୁଅନ୍ତୁ ନାହିଁ । ଭିଡ଼ ହେଲେ ଚିକିତ୍ସାରେ ବାଧା ସୃଷ୍ଟି ହେବ । ରୋଗୀ ସେବାରେ ବାଧା ସୃଷ୍ଟି ହେବ । ଏଥିସହିତ ଏମ୍‌ସ ବାହାରେ ବ୍ୟାରିକେଡ୍‌ କରାଯାଇଛି । ଏମ୍‌ସ ରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି ।

ଅଧିକ ପଢନ୍ତୁ

kc ads