ନୋ ଫ୍ଲାଇଙ୍ଗ୍ ଜୋନ୍‌ରେ ପଇଁତରା ମାରିଲା ଡ୍ରୋନ୍

ନୋ ଫ୍ଲାଇଙ୍ଗ୍ ଜୋନ୍‌ରେ ପଇଁତରା ମାରିଲା ଡ୍ରୋନ୍ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଏକ ଅଜଣା ଡ୍ରୋନ୍‌ ଉଡୁଥିବା ଦେଖିବାକୁ ମିଳିଥିଲା। ତେବେ ଡ୍ରୋନ୍‌ ଉଡ଼ାଉଥିବା ବ୍ୟକ୍ତିଙ୍କୁ ପୁଲିସ ଠାବ କରିପାରିନାହିଁ । ବାରମ୍ୱାର ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡୁଥିବାରୁ ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ତେବେ ଏହା ପ୍ରଥମଥର କରି ନୁହେଁ ଏହା ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ପାଖରେ ଡ୍ରୋନ୍ ଉଡ଼ାଯାଇଛି ଏବଂ କ୍ୟାମେରା ଚଷମା ଲଗାଇ ଭିତରକୁ ମଧ୍ୟ ପ୍ରବେଶ କରିଛନ୍ତି ଯୁବକ । ତେବେ ବାରମ୍ବାର ଏଭଳି କାହିଁକି ଘଟୁଛି ଏହାକୁ ନେଇ ତଦନ୍ତ କରିବାକୁ ଦାବି କରିଛନ୍ତି ପୁରୀବାସୀ । ଅନ୍ୟପଟେ ବୁଧବାର ଗୁପ୍ତ କ୍ୟାମେରା ଥିବା ଚଷମା ପିନ୍ଧିଥିବା ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିବା ପରେ ତାଙ୍କ ନାମରେ ମାମଲା ରୁଜୁ କରିଛି । ଏହି ବ୍ୟକ୍ତି ଜଣକ ହେଲେ କୋଲକାତାର ଅରୂପ ରାୟ(୩୧) ବୋଲି ଜଣାପଡିଛି।

ଅଧିକ ପଢନ୍ତୁ