ନୌସେନା ଦିବସ ପାଳନ ପାଇଁ ନଭେମ୍ବର ୨୮ରୁ ଲାଗୁହେବ କଟକଣା

ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ’ ପାଳିତ ହେବ। ଏଥିରେ ନୌସେନା ର ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତ୍ତାକର୍ଷକ ଏୟାର ସୋ’ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ଜଳ ଜାହାଜ ମାଧ୍ୟମରେ ଓ ଆକାଶ ମାର୍ଗରେ ଦୁଃସାହସିକ କୌଶଳ ପ୍ରଦର୍ଶନ କରାଯିବ। ତେବେ ଏୟାର ସୋ ଅନୁଷ୍ଠିତ ହେଉଥିବା ସମୟରେ ସଂପୃକ୍ତ ଅଂଚଳରେ ପକ୍ଷୀମାନେ ଉଡିବା ଦ୍ୱାରା ବିମାନଗୁଡିକ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ । ଏ କ୍ଷେତ୍ରରେ ସାଧାରଣ ବ୍ୟକ୍ତି,ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣ, ବ୍ୟବସାୟୀଙ୍କୁ ଅନୁରୋଧ କରାଯାଉଛି ଯେପରି ସେମାନେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ସେମାନଙ୍କର ଛାତ ଉପରେ କିମ୍ବା ଗଳିକନ୍ଦିରେ ପକାଇବେ ନାହିଁ ।

ଏଥିପାଇଁ ନଭେମ୍ବର ୨୮ ତାରିଖ ଠାରୁ ଏୟାର ସୋ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଡିସେମ୍ବର ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଲାଗି କଟକଣା ଜାରି କରାଯାଇଛି । ସେହିପରି ପ୍ରଶାସନ ପକ୍ଷରୁ ନଭେମ୍ବର ୨୮ ତାରିଖ ଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଇବା ଉପରେ କଟକଣା ଲାଗୁ କରାଯାଇଛି । ଏଥିସହିତ ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମକୁ ପେଣ୍ଠକଟା ସମୁଦ୍ର କୂଳ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଉପସ୍ଥିତ ରହି ଉପେଭାଗ କରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି।ଏଥିସହିତ ଭୁବନେଶ୍ୱରରୁ ପୁରୀ ଏବଂ ପୁରୀ ସହର ମଧ୍ୟରେ ଟ୍ରାଫିକ୍‌ ନିୟନ୍ତ୍ରଣ, ଯାନବାହନ ପାର୍କିଂ, ଜନଗହଳି ସ୍ଥାନର ପରିଚାଳନା, ନୌସେନା ଅତିଥିମାନଙ୍କ ପାଇଁ ବସ୍‌ ତଥା ପାର୍କିଂ, ଭୁବନେଶ୍ୱର-ପୁରୀ ମୁଖ୍ୟ ରାସ୍ତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଅଗ୍ନିଶମ ଏବଂ ପୁଲିସ ବିଭାଗ ତରଫରୁ କର୍ମଚାରୀ ଓ ଅଧିକାରୀ ମୁତୟନ ରହିବେ ।

ଅଧିକ ପଢନ୍ତୁ

Odisha Darpan Digital