ନୌସେନା ସହିତ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ମୋଦି ଏହି ଅବସରରେ କହିଛନ୍ତି, ଭାରତୀୟ ସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ୱୟ ପାକିସ୍ତାନକୁ ଅପରେସନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି । ୪୦ ଦିନରେ ଗୋଟିଏ ଯୁଦ୍ଧାସ୍ତ୍ର ନୌସେନାରେ ସାମିଲ ହେଉଛି ।ନୌସେନା କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର ସାହସ ଅଛି ସେମାନେ ସର୍ବଦା ଶ୍ରେଷ୍ଠ।ଅପରେଶନ ସିନ୍ଦୂରରେ ତିନୋଟି ବାହିନୀର ଅଂଶଗ୍ରହଣ ପ୍ରମାଣିତ କରିଥିଲା ଯେ ଆମର ସେନା ସବୁଠାରୁ ଶକ୍ତିଶାଳୀ, ଏବଂ ଆମର ସାହସୀ ସୈନିକମାନେ ପାକିସ୍ତାନକୁ ଆଣ୍ଠୁମାଡ଼ି ପକାଇଥିଲେ। ଯେତେବେଳେ ଶତ୍ରୁ ଉପସ୍ଥିତ ଥାଏ ଏବଂ ଯୁଦ୍ଧର ବିପଦ ଥାଏ, ଯେଉଁମାନେ ନିଜ ଦମରେ ଲଢ଼ିବାର ସାହସ ଥାଆନ୍ତି ସେମାନେ ସର୍ବଦା ଶ୍ରେଷ୍ଠ।

ଅଧିକ ପଢନ୍ତୁ

Odisha Darpan Digital