ନ୍ୟାସନାଲ ଜିଓଗ୍ରାଫିକ କଭର୍ ରେ ଶିମିଳିପାଳ ‘କଳାବାଘ’, ‘X’ରେ ଖୁସି ପ୍ରକାଶ କଲେ ବିରୋଧୀ ଦଳ ନେତା

ନ୍ୟାସନାଲ ଜିଓଗ୍ରାଫିକ ପତ୍ରିକା ପ୍ରଚ୍ଛଦ ପୃଷ୍ଠାରେ ଶିମିଳିପାଳ କଳାବାଘ ଫଟୋ  ।  NatGeo କଭର୍ ରେ ଶିମିଳିପାଳ ‘କଳାବାଘ’ ଫଟୋ ସ୍ଥାନପାଇବା ପ୍ରସଙ୍ଗରେ ଖୁସି ପ୍ରକାଶ କଲେ ନବୀନ ପଟ୍ଟନାୟକ ।  ‘X’ରେ ପୋଷ୍ଟ କରି ଖୁସି ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପତ୍ରିକାର ଅକ୍ଟୋବର ସଂସ୍କରଣରେ ସ୍ଥାନ ପାଇଛି କଳାବାଘ ଫଟୋ ।  ଏହା ଓଡ଼ିଶା ପାଇଁ ଗର୍ବ କରିବାର ମୁହୂର୍ତ୍ତ ବୋଲି ନବୀନ କହିଛନ୍ତି। ଫଟୋଗ୍ରାଫର ଓ ପ୍ରାବନ୍ଧିକ ପ୍ରସେନଜିତ ଯାଦବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କଳାବାଘ’ର ଖୁବ ସୁନ୍ଦର ଫଟୋ ଉଠାଇଥିବାରୁ ଧନ୍ୟବାଦ ଜଣାଇଛନ୍ତି

ଅଧିକ ପଢନ୍ତୁ

Odisha Darpan Digital