ନ୍ୟୁଜିଲ୍ୟାଣ୍ଡ ଅକଲ୍ୟାଣ୍ଡରେ ଭବ୍ୟ ଆତଶବାଜୀ ସହ ନୂଆବର୍ଷ ୨୦୨୪କୁ ସ୍ୱାଗତ କରିବାରେ ବିଶ୍ୱର ପ୍ରଥମ ଦେଶ ପାଲଟିଛି। ବିଶ୍ୱରେ ନବବର୍ଷ ଉତ୍ସବ ପାଳନ କରିବାରେ ଅକଲ୍ୟାଣ୍ଡ ବିଶ୍ୱର ପ୍ରଥମ ସହର। ଭାରତ ଏବଂ ଅନ୍ୟାନ୍ୟ ଦେଶରେ ରବିବାର ରାତି ୧୨ଟା ପରେ ନୂଆ ବର୍ଷ ପାଳନ କରାଯିବ। ଏହାପୂର୍ବରୁ, ସମସ୍ତେ ଗତ ବର୍ଷର ଭଲ ସ୍ମୃତିକୁ ସମ୍ମାନ କରିବାକୁ ଏବଂ ଏକ ନୂତନ ବର୍ଷକୁ ସ୍ବାଗତ କରିବାକୁ ଖରାପ ସ୍ମୃତି ଭୁଲିଯିବାକୁ ଆଗ୍ରହୀ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି।ତେବେ ବର୍ଷର ଶେଷ ଦିନ ଅକଲ୍ୟାଣ୍ଡରେ ପାଗ ଅତ୍ୟନ୍ତ ଖରାପ ଥିଲା।
ହେଲେବି କ୍ୱିଇଙ୍କ ମଧ୍ୟରେ ନୂଆବର୍ଷ ଉଦ୍ଦିପନା ଫିକା ହୋଇ ନାହିଁ। ସ୍କାଏ ଟାୱାର ଘଣ୍ଟାରେ ୧୦ ସେକେଣ୍ଡର ଅବଗଣନା ସହ ୫ ମିନିଟ୍ ବ୍ୟାପୀ ଆତଶବାଜୀ ଆରମ୍ଭ ହୋଇଯାଇଛି। ନୂଆବର୍ଷ ପାଳନ ନିମନ୍ତେ କ୍ୱିଇ ୬ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଏଥି ପାଇଁ ପ୍ରିପ୍ରଡକ୍ସନ ଓ ପ୍ରୋଗ୍ରାମିଂ ନିମନ୍ତେ ଫାୟରିଂ ଫିଲ୍ଡ କମ୍ପ୍ୟୁଟର ଓ ସିଗ୍ନାଲ ବକ୍ସ ଗୁଡିକୁ ଆଡ୍ରେସ କରାଯାଇଥିଲା। ପାୟରୋଷ୍ଟାର ଇଣ୍ଟରନ୍ୟାସନାଲର ମାଲିକ ରବର୍ଟ ମ୍ୟାକଡର୍ମାଟ ଡିସପ୍ଲେ ସ୍ଥାପନା କରିବାରେ ସହାୟତା କରିଥିଲେ।