ନିୟମଗିରି ଅଞ୍ଚଳରେ ରୋଟାରୀ ରୟାଲ୍ ପକ୍ଷରୁ ସେବା ପ୍ରଦାନ

ରାୟଗଡ଼ା:୧୦/୦୮, ରୋଟାରୀ କ୍ଲବ୍ ଆଫ୍ ଭୂବନେଶ୍ଵର ରୟାଲ୍ ପକ୍ଷରୁ ରାୟଗଡାରେ ନିୟମଗିରି ଅଞ୍ଚଳର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯିବା ସହ ମଶାରୀ, କମ୍ବଳ ଓ ଚାଦର ବଣ୍ଟନ କରାଯାଇଛି। ଏହି କ୍ରମରେ ବର୍ତ୍ତୋଲି ପ୍ରାଥମିକ ବିଦ୍ୟାଳୟର ପରିସରରେ ବୃକ୍ଷରୋପଣ ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିସ୍କୁଟ ବଣ୍ଟା ଯାଇଥିଲା।

ମଶାରୀ ବ୍ୟବହାର ଉପଯୋଗୀତା ତଥା ଆଖପାଖ ପରିବେଶର ସ୍ୱଚ୍ଛତା ଓ ଜଙ୍ଗଲ ସୁରକ୍ଷା ନେଇସ୍ଥାନୀୟ ଡଙ୍ଗରିଆ କନ୍ଧମାନଙ୍କୁ ରୋଟାରୀୟାନ୍ ମାନଙ୍କ ଦ୍ଵାରା ସଚେତନତା କରାଯାଇଥିଲା। ରୋଟାରୀ ରୟାଲ୍ ର ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଭୂବନେଶ୍ଵରରୁ ଆସିଥିବା ଏହି ଟିମ୍‌ ରେ ସମ୍ପାଦକ ଆଶିଷ ପରିଡ଼ା, କୋଷାଧ୍ୟକ୍ଷ ଦୀପକ୍ ସେହେଗଲ୍, ଯୁଗ୍ମ ସମ୍ପାଦକ ଅନୂଜ ମହାପାତ୍ର,ସଦସ୍ୟତା ଅଧ୍ୟକ୍ଷ ବିଶ୍ଵଜିତ ପଟ୍ଟନାୟକ ଇତ୍ୟାଦି ସାମିଲ୍ ଥିଲେ। ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital