
ନୟାଗଡ଼,(ଲକ୍ଷ୍ମୀଧର ସାହୁ):ୟୁନେସ୍କୋ ଦ୍ୱାରା ନିର୍ଦ୍ଧାରିତ ଫେବୃଆରୀ ଏକୋଇଶି ବିଶ୍ଵ ମାତୃଭାଷା ଦିବସକୁ ନୟାଗଡ଼ର ବିଭିନ୍ନ ସାହିତ୍ୟ ଅନୁଷ୍ଠାନମାନେ ପାଳନ କରିଛନ୍ତି । କବି ନିର୍ମଳ ଶୁରଦେଓଙ୍କ ସଭାପତିତ୍ବରେ ଆୟୋଜିତ ମାତୃଭାଷା ଦିବସରେ ବହୂଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଓ ସୁକବି ତଥା ଅଭିନେତା ଦେବେନ୍ଦ୍ର ପରମଗୁରୁ ଯୋଗଦେଇ ମାତୃଭାଷାର ସୁରକ୍ଷା ଉପରେ ବକ୍ତବ୍ୟ ରଖିଥିଲେ । କବୟିତ୍ରୀ ସୂକ୍ଷ୍ମଣୀ ଆନନ୍ଦ ହିନ୍ଦୀ, ନୀଳିମା ନନ୍ଦ ସଂସ୍କୃତ, କବି ସରୋଜ ସାହୁ, ଇଂରାଜୀ ଓ ଶେଖ୍ ଅବଦୁଲ୍ ଖାଲିକ୍ ଉର୍ଦ୍ଦୁ ଭାଷାରେ କବିତା ପାଠ କରିବା ସହିତ ଭାଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥଲେ । ଅନ୍ୟ ମାନଙ୍କ ଭିତରେ ଗୋପୀନାଥ ସେଠୀ, ଗୋପୀନାଥ ପରିଡ଼ା,ହରପ୍ରିୟା ଦ୍ବିବେଦୀ, ପ୍ରତାପ ସାହୁ ଓ ଝିଲିମିଲି ସାହୁ ପ୍ରମୁଖ ଓଡିଆ ଭାଷାରେ କବିତା ପାଠ କରିଥଲେ । ପରିଶେଷରେ ମୈତ୍ରୀ ଯୁବ ସଂସଦର ସମ୍ପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ନୟାଗଡ ଜିଲ୍ଲା ଲେଖକ ପରିଷଦ, ପରମ୍ପରା, ସଦାନନ୍ଦ ସାହିତ୍ୟ ପରିଷଦ, ସୃଜନିକା, ମା ‘ ଫାଉଣ୍ଡେସନ, ମୈତ୍ରୀ ଓ ଆର୍ଟ ପଏଣ୍ଟ ପ୍ରମୁଖ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନମାନେ ଆଜିର ଦିବସକୁ ପାଳନ କରିବାରେ ସହଯୋଗ କରିଥଲେ ।