ନୟାଗଡ଼,ଥାନାରେ ବିଷ ପିଇଲେ ଯୁବତୀ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନାରେ ଘଟିଛି ଅଘଟଣ । ଆଜିକାଲି ଲୋକଙ୍କ ମଧ୍ୟରେ ପ୍ରାଣହାରିବା ମାମଲା ବଢିବାରେ ଲାଗିଛି। ଅତ୍ୟଧିକ ଚିନ୍ତା ଏବଂ ଚାପଗ୍ରସ୍ତ ପାଇଁ ଲୋକେ ଏଭଳି ପଦକ୍ଷେପ ନେଉଛନ୍ତି। ତେବେ ବର୍ତ୍ତମାନ ଏଭଳି ଏକ ପ୍ରାଣ ହାରିବା ମାମଲା ସାମ୍ନାକୁ ଆସିଛି।ସୂଚନା ଅନୁସାରେ, ସ୍ଥାନୀୟ ଶରଧାପୁର ଗାଁ’ର ଜଣେ ଯୁବତୀ ସେହି ଗାଁର ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଗତ ଫେବୃଆରିରେ ସମ୍ପୃକ୍ତ ଯୁବକ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ସେହି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ କିଛି ଦିନ ପରେ ଯୁବକ ଜଣକ ଜାମିନରେ ଆସିଥିଲେ। ଘଟଣାକୁ ନେଇ ଦୁଇ ପରିବାର ଭିତରେ ତିକ୍ତତା ରହିଥିବା ବେଳେ ରବିବାର ଗଣ୍ଡଗୋଳ ହୋଇଥିଲା । ଏ ନେଇ ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ୨ ଟି ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଆଜି ସମ୍ପୃକ୍ତ ଯୁବତୀ ଥାନାକୁ ଆସି ଅନ୍ୟ ପରିବାର ଲୋକଙ୍କୁ କାହିଁକି ଗିରଫ କରାଯାଇନି ବୋଲି ପଚାରିଥିଲେ । ତଦନ୍ତ ଚାଲିଥିବା ପୋଲିସ କହିଥିବା ବେଳେ ପ୍ରତିବାଦରେ ଯୁବତୀ ଜଣକ ବିଷ ପିଇଦେଇଥିଲେ । ଯୁବତୀ ଜଣକ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ନେଇଯାଇଛନ୍ତି ପୋଲିସ ଟିମ୍‌।

ଅଧିକ ପଢନ୍ତୁ