ନୟାଗଡ଼,(ଲକ୍ଷ୍ମୀଧର ସାହୁ):ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦେଶମତେ ଆଜି ଭାରତର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ନୟାଗଡ ଜିଲ୍ଲାର ଉକ୍ତ ଲୋକ ଅଦାଲତରେ ୬ଟି
ମୋଟର ଦୁର୍ଘଟଣା ଜନିତ ମାମଲା ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ ୨୨, ୪୦, ୦୦୦ଟଙ୍କା ପ୍ରଦାନ କରିବା ପାଇଁ ବୀମା କମ୍ପାନୀ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ସେହିପରି ୮୨ ଟି ଦେୱାନୀ ମାମଲା ଫଇସଲା କରାଯାଇଥିଲା। ଏନ. ଆଇ. ଆକ୍ଟ କେସ ୦୧ ଟି ଏବଂ ବିବାହଜନିତ ୦୫ ଟି ମାମଲା ଫଇସଲା କରାଯାଇଥିଲା । ବ୍ୟାଙ୍କରୁ ଋଣ ନେଇ ଋଣ ପରିଶୋଧ କରିନଥିବା ୧୮୩ ଜଣ ଋଣ ଗ୍ରହିତାଙ୍କଠାରୁ ୭୬,୧୩,୨୦୫ ଟଙ୍କା ଦେବା ପାଇଁ ରାଜିନାମା ସ୍ବାକ୍ଷରିତ କରାଯାଇଥିଲା । ଅନ୍ୟାନ୍ୟ ଫୌଜଦାରୀ ୧୦୨ ଟି ମାମଲା ଫଇସଲା କରାଯାଇ ୫୬୦୦ ଟଙ୍କା ଆଦାୟ କରଯାଇଥିଲା । ୨୯ଟି ପ୍ରାକ ବିଜୁଳି ମାମଲା ଫଇସଲା କରାଯାଇ ୪,୬୩,୦୨୪.୮୧ଟଙ୍କା ଆଦାୟ କରଯାଇଥିଲା । ସେହିପରି ୩୯୯୫ ଟି ରାଜସ୍ୱ ମାମଲା ଫଇସଲା କରାଯାଇ ୧୨,୬୧,୦୯୫ ଟଙ୍କା ଆଦାୟ କରଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା ଓ ଦୌରା ଜଜ ଆନନ୍ଦ ନାରାୟଣ ମହାରଣା, ପରିବାର ଅଦାଲତ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଲିଲି ସେନାପତି, ବରିଷ୍ଠ ଦେୱାନି ଅଦାଲତ ବିଚାରପତି ସତ୍ୟବ୍ରତ ରଣା, ଉପଖଣ୍ଡ ଫୌଜଦାରୀ ବିଚାରପତି ସୌଭାଗ୍ୟ ରଞ୍ଜନ ପ୍ରଧାନ, ଜେ.ଏମ. ଏଫ.ସି ସାବିତ୍ରୀ ଦାସ, ଜେ.ଏମ. ଏସ.ସି ରାକେଶ କୁମାର ସାହୁ ଏବଂ ସମୃଦ୍ଧି ସାଗରିକା ବାରିକ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଦାଲତ ପରିଚାଳନା କରିଥିବା ବେଳେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶୃତିସ୍ନିଗ୍ଧା ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ, ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜଜ ( ମହିଳା ଅଦାଲତ) ଡଃ ରୀନତି ମିଶ୍ର ଏବଂ ସିଭିଲ କୋର୍ଟ ରେଜିଷ୍ଟ୍ରାର ଡଃ ନିଶାକର
ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ବର୍ଷର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା ୧୧.୦୫.୨୦୨୪ ରିଖ ଦ୍ଵିତୀୟ ଶନିବାର ପୁନଶ୍ଚ ଅନୁଷ୍ଠିତ ହେବ ବୋଲି ପ୍ରାଧିକରଣ ସଚିବ ବିଶେଷ କୁମାର ସାହୁ ଜନ ସାଧାରଣ ଙ୍କୁ ସୂଚନା ଦେବା ସହ ଏହାର ସୁଫଳ ନେବାକୁ ପରାମର୍ଶ ପ୍ରଦାନ କରିଥିଲେ ।