
ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି
ନୟାଗଡ଼,(ଓଡିଶା ଦର୍ପଣ): ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ, ପ୍ରଖ୍ୟାତ ସଂଗ୍ରାହକ ତଥା ପ୍ରସିଦ୍ଧ ସାରସ୍ବତ ସାଧକ ଏବଂ ନୟାଗଡ଼ ଜିଲ୍ଲାର ଗର୍ଵ ଓ ଗୌରବ ସ୍ବର୍ଗତ ଦାଶରଥି ପଟ୍ଟନାୟକ ସମସ୍ତଙ୍କ ପ୍ରିୟ ଦାଶିଆ ଅଜାଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦାସିଆ ଅଜା ସ୍ମୃତି କମିଟି ପକ୍ଷରୁ ନୟାଗଡ଼ ସହର ସ୍ଥିତ କଚେରୀ ବଜାରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦାସିଆ ଅଜା ଅମର ରହେ, ଦାସିଆ ଅଜା ଆମ ପ୍ରଣାମ ଘେନ ଆଦି ସ୍ଲୋଗାନରେ ସମଗ୍ର କଚେରୀ ବଜାର ପରିବେଶ ପ୍ରକମ୍ପିତ ହୋଇଥିଲା। ସ୍ମୃତି କମିଟି ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କମ୍ରେଡ଼ ବିଶ୍ୱନାଥ ମହାପାତ୍ର, ବିଶିଷ୍ଟ ସମାଜସେବୀ ଦାମୋଦର ସାହୁ, ସନ୍ତୋଷ ପ୍ରଧାନ, ଆଇନଜୀବୀ ରଣଜିତ ଦାଶ, ଅରୁଣ ମହାପାତ୍ର, ପ୍ରତାପ ନନ୍ଦ, ସୁରେନ୍ଦ୍ର ମହାପାତ୍ର, ଦୁର୍ଯ୍ୟୋଧନ ସାହୁ, ଶିକ୍ଷକ ଶେଖ ଅବଦୁଲ ଖାଲିକ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ, ନିରଞ୍ଜନ ନାୟକ, ପଞ୍ଚାନନ ମହାନ୍ତି, ଗୋପାଳ ଚନ୍ଦ୍ର ନାୟକ, ସାମ୍ବାଦିକ ବାସୁଦେବ ମହାନ୍ତି, ମାନସ କୁମାର ପ୍ରମୁଖ ଯୋଗଦାନ କରି ପୁଷ୍ପମାଲ୍ୟ ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସାମ୍ବାଦିକ ଗୋକୁଳ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସେହିପରି ନୟାଗଡ଼ ଜିଲ୍ଲା ପୂଜ୍ୟପୂଜା କମିଟି ତରଫରୁ ଓଡ଼ିଶା ରାଜ୍ଯରେ ପାଠାଗାର ଆନ୍ଦୋଳନର ମୁଖ୍ଯ ବିନ୍ଧାଣୀ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ବ୍ଳକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ନୟାଗଡ଼ ପୌରପରିଷଦର ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ସ୍ବର୍ଗତ ଦାଶରଥି ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ। ପୂଜ୍ୟପୂଜା କମିଟିର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ ଦାସିଆ ଅଜା ହେଉଛନ୍ତି ଦଶ ପଇସାର ରାଜା ବୋଲି କହିଥିଲାବେଳେ ପୂଜ୍ୟପୂଜା କମିଟିର ସଂପାଦକ ଅରୁଣ କୁମାର ମହାନ୍ତି ଦାସିଆ ଅଜା ବହୁତ ପାଠ ପଢିନ ଥିଲେ ହେଁ ଆମ ସମସ୍ତଙ୍କୁ ବହୁତ ପଢିବା ପାଇଁ ପାଠାଗାରଟିଏ ନିର୍ମାଣ କରିବା ସହିତ ସମସ୍ତଙ୍କୁ ପାଠାଗାର ଓ ସଂଗ୍ରହାଳୟ ନିର୍ମାଣ କରିବାର ପ୍ରେରଣା ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍, ଭାରତ ବିକାଶ ପରିଷଦ, ନୟାଗଡ଼ ସିଭିଲ ସୋସାଇଟି, ପୈାରପରିଷଦର ସମସ୍ତ କାଉନସିଲର, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ସାମ୍ବାଦିକ ବନ୍ଧୁମାନଙ୍କ ସମେତ ପୂଜ୍ୟପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ପଟ୍ଟନାୟକ, ଉପ ସଭାପତି ଗୋଦାବରୀଶ ସାହୁ, ଯୁଗ୍ମ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସମାଜସେବୀ ଶ୍ରୀକାନ୍ତ ଖଟେଇ ଆଦି ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦେଇ ଥିଲେ। ବିଶିଷ୍ଟ ସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ପୂଜ୍ୟପୂଜା କମିଟିର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।

ସେହିଭଳି ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଡା. ପୋମା ଟୁଡୁ ଓଡ଼ିଶାର ପାଠାଗାର ଆନ୍ଦୋଳନର ପୁରୋଧା ସ୍ଵର୍ଗତ ଦାଶରଥ୍ ପଟ୍ଟନାୟକ(ଦାସିଆ ଅଜା)ଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଏବଂ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଏବଂ
ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଟଙ୍କଧର ଭୋଇ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
