ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଶାକର୍ମୀଙ୍କୁ ଅସଦାଚରଣ ଅଭିଯୋଗ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଗାଁରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ଆଶାକର୍ମୀ ଜଣକ ଔଷଧ ଦେବାକୁ ଯାଇଥିବାବେଳେ କିଛି ଅସାମାଜିକ ବ୍ୟକ୍ତି ଗାଁ ଦାଣ୍ଡରେ ତାଙ୍କୁ ପ୍ରଥମେ ଅସଦାଚରଣ କରିଥିଲେ । ପରେ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିଲେ । ଆଶାକର୍ମୀଙ୍କୁ ବଞ୍ଚାଇବାକୁ ଯାଇଥିବା ବେଳେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉଭୟ ଆଶାକର୍ମୀ ଓ ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।ଏନେଇ ଆଶାକର୍ମୀ ଜଣକ ଫତେଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଖବରପାଇ ଫତେଗଡ଼ ଥାନା ପୁଲିସ ବିଳମ୍ବିତ ରାତିରେ ପାର୍ବତୀପୁର ଗ୍ରାମରେ ପହଞ୍ଚି ଅଭିଯୁକ୍ତକୁ ଧରିବାପାଇଁ ଚଢ଼ାଉ ଆରମ୍ଭ କରିଥିବା ଜଣାପଡିଛି ।
