ନୟାଗଡ଼ ଜିଲା ସାମ୍ବାଦିକ ସଂଘ ସାଧାରଣ ବୈଠକ :ଏପ୍ରିଲରେ ପାଳନ ହେବ ରୌପ୍ୟ ଜୟନ୍ତୀ

ନୟାଗଡ଼,(ଓଡ଼ିଶା ଦର୍ପଣ): ନୟାଗଡ଼ ପାଣିପୋଇଲା ନିକଟସ୍ଥ ବୁଢ଼ୀଝରି ଶାଳବଣିରେ ନୟାଗଡ଼ ଜିଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଛି। ସଭାପତି ତଥା ସମାଜସେବୀ ପ୍ରମୋଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବରିଷ୍ଠ ଜିଲା ପରିଷଦ ସଭ୍ୟ ତଥା ସାମ୍ବାଦିକ ରାମେଶ୍ବର ଶତପଥୀ, କାର୍ଯ୍ୟକାରୀ ସଭାପତି ପୁରୁଷୋତ୍ତମ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ନିଶିକାନ୍ତ ରଥ, ପ୍ରଭାକର ଶିରୋମଣୀ, ସାମ୍ବାଦିକ ସୁବାସ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଆଗାମୀ ଏପ୍ରିଲ ମାସରେ ତିନିଦିନ ଧରି ସଂଘ ତାର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିବ ବୋଲି ନିଷ୍ପତି ନିଆଯାଇଛି। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ଲାଗି ମତ ପ୍ରକାଶ ପାଇଥିଲା। ସ୍ମରଣିକାରେ କେବଳ ସାମ୍ବାଦିକ ମାନଙ୍କ ଲେଖା ପ୍ରକାଶ ପାଇବ। ଜୟନ୍ତୀ ପାଳନ ଲାଗି ସଂଘର କର୍ମକର୍ତ୍ତାମାନେ ନିଜର ମତ ଉପସ୍ଥାପନା କରିଥିଲେ। ଏଥିସହ ଏକ କମିଟି ଗଠନ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ସାମ୍ବାଦିକ ଭବାନୀ ସିଂସାମନ୍ତ,ଜୟେନ୍ଦ୍ର ବେହେରା, ଗୋକୁଳ ଷଢଙ୍ଗୀ,ପ୍ରକାଶ ପାଣି, ଶିଶିର ସାହୁ,ପ୍ରଭାସିନୀ ନନ୍ଦ, ଦୀପକ କର, ସତ୍ୟ ନାରାୟଣ ମିଶ୍ର, ସନ୍ତୋଷ କୁମାର ଷଡ଼ଙ୍ଗୀ, ଉଦିତ ନାରାୟଣ ଦାଶ, ଗଗନ ବିହାରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ଦିଲୀପ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ। ବୈଠକରେ ଜିଲ୍ଲାର ସମସ୍ତ ବ୍ଲକରେ କାର୍ଯ୍ୟରତ ଶତାଧିକ ସାମ୍ବାଦିକ ଯୋଗଦାନ କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital