
ନୟାଗଡ଼, (ଲକ୍ଷ୍ମୀଧର ସାହୁ): ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ମାନଙ୍କୁ ବଜାର ଦରକୁ ଦୃଷ୍ଟିରେ ରଖି ସାଧାରଣ ଖାଉଟି ମାନେ ଆର୍ଥିକ ବୋଝରୁ ମୁକୁଳିବା ପାଇଁ ନୂତନ ଭାବେ
ସରକାରଙ୍କ ତରଫରୁ ଦିଆଯାଇଥିବା ଏକ ହଜାର ଟଙ୍କାର ସହାୟତା ରାଶି ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ରଦାନ କରାଯାଇଛି । ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ହିତାଧୂକାରୀ ମାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଲେ ଯେ, ନବୀନ ସରକାର ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଯୋଜନା
ମଧ୍ୟରେ ଖାଦ୍ୟ ସୁରକ୍ଷା ଅତି ଉତ୍ତମ ଯୋଜନା । ସରକାରୀ କର୍ମଚାରୀ ମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି ବର୍ଷକୁ ଦୁଇଥର ହୋଇଥାଏ । ସାଧାରଣ ଗରୀବର ମହଙ୍ଗା ବୃଦ୍ଧି ବିଷୟରେ ସରକାର ସଚେତନ ହୋଇ ସେମାନଙ୍କୁ ୧୦୦୦ ଟଙ୍କା ପ୍ରଦାନ କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ କୁମାର ବଳ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ
ସୁରେନ୍ଦ୍ର କୁମାର ସାହୁ, ନୟାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମଚରଣ ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ।