ନୟାଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ! ସାଙ୍ଗ ଛାତିରେ ଛୁରୀ ଭୁସି ମାରିଲା ସାଙ୍ଗ

ଆଜି ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୁରୁଷୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁଙ୍କ ( ସନିଆ) ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମଙ୍କୁ ଏକ ଧାରୁଆ ଛୁରିରେ ଛାତିକୁ ଭୁସି ଦେଇଥିଲେ। ଛାତିରେ ଛୁରୀ ଭୁସି ଦେଇ ଚମ୍ପଟ ମାରିଥିଲା ବନ୍ଧୁ (ସନିଆ)। ଗାଁ ଲୋକେ ଗୁରୁତର ଅବସ୍ଥାରେ ଜିତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଗଣିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେତେବେଳକୁ ଜିତୁଙ୍କର ମୃତ୍ୟୁ ହୋଇସାରିଥିଲା ।ଖବର ପାଇ ଗଣିଆ ପୋଲିସ ମୃତଦେହ ଜବତ କରିବା ସହ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ସନିଆ ରାଉତ ଫେରାର୍ ଥିବାବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି କହିଛନ୍ତି ଗଣିଆ ଥାନା ଅଧିକାରୀ ।

ଅଧିକ ପଢନ୍ତୁ

Odisha Darpan Digital