ନୟାଗଡ଼ ଜିଲ୍ଲାରେ ବନ୍ଦେ ଉତ୍କଳ ଜନନୀ ଗାନ ଏବଂ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଏହାର ଦୃଶ୍ୟ ଶ୍ରାବ୍ୟ ପ୍ରଦର୍ଶନ

ନୟାଗଡ଼: ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜନତା ମୈଦାନ, ଭୁବନେଶ୍ବର ଠାରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରୁଥିଲାବେଳେ ଠିକ୍ ଏକା ସମୟରେ ନୟାଗଡ଼ ଜିଲ୍ଲାରେ ଜିଲ୍ଲାପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲିପ କୁମାର ବଳଙ୍କ ନେତୃତ୍ବରେ ଜିଲ୍ଲାକାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେଉପସ୍ଥିତ ରହି ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିବା ସହ କାର୍ଯ୍ୟକ୍ରମକୁ ଲାଇଭ୍ ଷ୍ଟ୍ରିମିଙ୍ଗ୍ ମାଧ୍ୟମରେ ଦେଖିଥିଲେ ।

ଏହି କାର୍ଯ୍ୟକ୍ରମରେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ଓଜିଲ୍ଲା ମଧ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରୀ କରାଯାଇଥିଲା । ଜିଲ୍ଲା ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କ ଚତୁଃପାର୍ଶ୍ଵ ପରିସ୍କାର କରିବା ସହ ପୁଷ୍ପମାଲ୍ୟ ଅର୍ପଣ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଅନୁଷ୍ଠାନମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା ।

ଅଧିକ ପଢନ୍ତୁ